ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

କୋକସରା,୨୩/୧ // ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଝାରବନ୍ଧ ସ୍ଥିତ ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠରେ ସାମୁହିକ ଦୀପ ଦାନ, ଭଜନ କୀର୍ତ୍ତନ ଓ ହନୁମାନ ଚାଳିସା ପଠନ ଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଯାହା ଫଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠ ଠାରେ ଟ୍ରଷ୍ଟ ସଭାପତି ଆଦିତ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ସୋନପୁର ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର କୁମାର ପଣ୍ଡା, ମୂଖ୍ୟବକ୍ତା ଭାବେ ସଂକଳ୍ପ ସମିତି-୨୦୨୪ ର ଜିଲ୍ଲା ସଂଯୋଜକ ପ୍ରଦୀପ ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ କଳ୍ପେଶ୍ୱର ପୁରୋହିତ ପ୍ରମୁଖ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷାବିତ ଭୂବନେଶ୍ୱର ପୁରୋହିତ ମଞ୍ଚ ପରିଚାଳନା କରିଥିଲେ । ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଭବ୍ୟ କାର୍ଯ୍ୟକ୍ରମକୁ ଶ୍ରୀ କାଳେଶ୍ୱର ମହାଦେବ ଟ୍ରଷ୍ଟ ଆୟୋଜନ କରିଥିବା ବେଳେ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସମେତ ୨୦ରୁ ଉର୍ଦ୍ଧ୍ବ ଗ୍ରାମର ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଶ୍ରଦ୍ଧାଳୁ ମାନେ ସିଧା ପ୍ରସାରଣ ଦେଖିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରୋଜେକ୍ଟରର ବ୍ୟବସ୍ଥା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ମନ୍ଦିର କମିଟିର ସଦସ୍ୟ ବିକାଶ ପଣ୍ଡା, ଜୟରାମ ରାଉତ, ପ୍ରସନ୍ନ କୁମାର ନାଏକ, ବୈଷ୍ଣବ ନାଏକ, ରୁପେଶ ପୁରୋହିତ, ରଣଜିତ ଖମାରୀ , ଲଲିତ ମାଝୀ, ବଳଦେବ ବେମାଲ, ଗଣପତି ହଂସ, ନରେନ୍ଦ୍ର ନାଏକ, ହେମନ୍ତ ହଂସ, ସୁତେଜ ପୁରୋହିତଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ହାତୀ ଆତଙ୍କ, ଜଗି ରହିଛି ବନ ବିଭାଗ 

Sunil Chandra Nayak

ଚେମ୍ୱର ଅଫ କମର୍ସ ପକ୍ଷରୁ  ନୂତନ ଉପଖଣ୍ଡ ପୋଲିସ ଅଧିକାରୀ (ଡିଏସପି) ଙ୍କୁ ସ୍ୱାଗତ ଓ ବିଦାୟୀ ଡିଏସପି ଙ୍କୁ ବିଦାୟ ସମ୍ବର୍ଧନା 

masiha

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ମୋଟ ୨୬୧ଗୋଟି ଅଭିଯୋଗର ହେଲା ଶୁଣାଣି 

Sunil Chandra Nayak

Leave a Comment

error: Content is protected !!