ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଦମଗୁଡା ଓ ମସ୍କାଗୁଡା ଠାରେ ହାତୀ ଉପଦ୍ରବ,୨୫ ରୁ ଉର୍ଦ୍ଧ୍ବ ଆମ୍ବ ଗଛ ଭାଙ୍ଗିଲେ,ନଷ୍ଟ ହେଲା କ୍ଵିଣ୍ଟାଲ କ୍ଵିଣ୍ଟାଲ ସଂଖ୍ୟକ ଆମ୍ବ

ବିଶ୍ୱନାଥପୁର, (22/05/23) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଥିବା ବେଳେ ଗତ କାଲି ବିଳମ୍ବିତ ରାତିରେ ଏକ ୧୨ ରୁ ଉର୍ଦ୍ଧ୍ବ ଜଙ୍ଗଲୀ ହାତୀପଲ ସିକେରକୁପା ବନ ବିଭାଗ ଅଧୀନରେ ଥିବା ଖିକ୍ସାଭଟା ଜଙ୍ଗଲରୁ ବାହାରି କଦମଗୁଡା ଗାଁର ସରୋଜ ପ୍ରଧାନଙ୍କ ଆମ୍ବ ବଗିଚାରେ ପଶି ୨୫ ରୁ ଉର୍ଦ୍ଧ୍ବ ଆମ୍ବ ଗଛର ଡାହି ଭାଙ୍ଗି ନଷ୍ଟ କରିଛନ୍ତି।ଯାହା ଫଳରେ ଗଛରେ ଥିବା କ୍ବିଇଣ୍ଟାଲ ସଂଖ୍ୟକ ଆମ୍ବ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା।ଶ୍ରୀ ପ୍ରଧାନ ବହୁ ପରିଶ୍ରମ କରି ଏହି ଆମ୍ବ ଗଛ ଲଗାଇ ଦୁଇ ବର୍ଷ ହେଲା ଆମ୍ବ ଫଳୁଥିବା ବେଳେ ଗତ ରାତିରେ ହାତୀପଲ ନଷ୍ଟ କରିବା ଫଳରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି।ଖବର ପାଇ ସିକେରକୁପା ଫରେଷ୍ଟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି। ସେହିପରି ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧl ଗ୍ରାମପଞ୍ଚାୟତ ନର୍ଲା ରେଞ୍ଜ ଅନ୍ତର୍ଗତ ମସ୍କାଗୁଡା ଗ୍ରାମ ଦିନମଣୀ ବେରୁକ ଙ୍କ 40 ରୁ ଉର୍ଦ୍ଧ ହାତୀ ଆସି ଆମ୍ବ ବଗିଚା ନଷ୍ଟ  କରି ଥିବା ସୁଚନା । ଏନେଇ ଦୁଇଟି ରେଞ୍ଜର ବନପାଳଙ୍କ ସହିତ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରିଥିଲେ ସୁଦ୍ଧା ଯୋଗାଯୋଗ ବିଚ୍ଛିନ୍ନ ଯୋଗୁଁ ପ୍ରତିକ୍ରିୟା ମିଳିପାରିନାହିଁ।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ସରସ୍ବତୀ ଶିଶୁ ମନ୍ଦିର ବୋର୍ଡ଼ା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ଜିଲ୍ଲାରେ ବିଶ୍ବ ପର୍ଯ୍ୟଟନ ଦିବସ -୨୦୨୫ ପାଳିତ 

Sunil Chandra Nayak

ନୂଆପଡା ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ l ଭୋଟିଂ ମେସିନ୍ , ଇ ଭି ଏମ୍ ଓ ଭି ଭି ପାଟ ର ପ୍ରଥମ ସ୍ତରୀୟ ତଦାରଖ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!