ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଦୀରୁ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର 

ନଦୀରୁ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର 

ଡାବୁଗାଁ, ୨୬/୯ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ସିଙ୍ଗାରୀ ନଦୀରୁ ଜଣେ ବୃଦ୍ଧା ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି l ସୂଚନାଯୋଗ୍ୟ :- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମର ରୁକୁଣା ଭତ୍ରା (୬୦) ଗତ ୨୪ ତାରିଖ ଦିନ ମଧ୍ୟାନ୍ନ ରେ ଗ୍ରାମ ପାଖ ସିଙ୍ଗାରୀ ନଦୀକୁ ଗାଧୋଇବା ପାଇଁ ଯାଇ ଔ ଫେରି ନଥିଲେ l ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ମଧ୍ୟ ପାଇ ନଥିଲେ | ଶୁକ୍ରବାର ଦିନ ସକାଳେ ରୁକୁଣା ଙ୍କ ପୁଅ ବୁଦୁ ଭତ୍ରା ନଦୀକୁ ଗାଧୋଇବାକୁ ଯାଇଥିଲେ | ସେହି ସମୟରେ ନଦୀ କୂଳରେ ବୃଦ୍ଧାଙ୍କ ଶବ ଭାସୁଥିବା ଦେଖି ଗ୍ରାମ ବାସୀ ଙ୍କୁ ଖବର ଦେଇଥିଲେ l ଖବରପାଇ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପାଣିରୁ ଶବ ଟିକୁ ଉଦ୍ଧାର କରିଥିଲେ | ପରେ ମୃତକ ର ପୁଅ ମୃତଦେହ ଚିହ୍ନଟ କରିଥିଲେ l ଏନେଇ ମୃତକ ର ପୁଅ ବୁଦୁ ଭତ୍ରା ଡାବୁଗାଁ ଥାନା ରେ ଏତଲା ଦେଇଛନ୍ତି l ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

 

Related posts

ବିଶୋଇରେ ମିଶନ ଶକ୍ତି ଋଣ ବ୍ୟବସ୍ଥା ନେଇ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

୧-!ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ୨- ୬ ଲିଟର ବିଦେଶୀ ମଦ ଜବତ , ଆସାମୀ ଗିରଫ ,୩- କୁଟୁଣିଆ ଘର ଭାଙ୍ଗିଯିବାରୁ ମାନସିକ ଭାବେ ଭାଙ୍ଗିପଡି ଭଙ୍ଗା ଘରେ ଯୁବକଙ୍କ ଆତ୍ମହତ୍ୟା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

Sunil Chandra Nayak

Leave a Comment

error: Content is protected !!