ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବାରୁ ଏହାକୁ ଭାଗ କରି ନୂତନ ପଞ୍ଚାୟତ ଗଠନ କରିବାକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ବିଡିଓ ଶରତ ମାଝି ଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ପଞ୍ଚାୟତ କୁ ଭାଗ କରି ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ୬ ଟି ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି | ବୋରୀଗାଁ ପଞ୍ଚାୟତ ରୁ ପରଶୁବେଡା, ମେଣ୍ଡ୍ରା, ଗୋଦମା , ଖୁଟୁଗୁଡା, ଆମ୍ବାଗୁଡା, ମେଣ୍ଡ୍ରିଗୁଡା ଗ୍ରାମ ସହ ପ୍ରାୟ ୧୦ଟି ପଡା ଗ୍ରାମ କୁ ନେଇ ପରଶୁବେଡା ନାମରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଏହି ୬ ଟି ଗ୍ରାମର ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସରପଞ୍ଚ ରଇନୁ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ୱାର୍ଡ ସଭ୍ୟ ମାନସିଂ ଭତ୍ରା, ବିଘଲ ଭତ୍ରା, ବୁଦୁରୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରେରଣ କରାଯାଇଛି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳା ମେସିନ୍ ନଥିବା ଯୋଗୁଁ ଉପଚାର ହେଇ ପାରୁନାହିଁ 

masiha

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କର୍ଲାମୁଣ୍ଡା ବ୍ଲକ କଂଗ୍ରେସ କମିଟି

Sunil Chandra Nayak

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର କାନାରା ବ୍ୟାଙ୍କ ପାଖରେ ଆଜି ଭାରତର ସର୍ବବୃହତ ଓ ବିଶ୍ୱାସଯୋଗ୍ୟ କମ୍ପାନୀ Reliance କମ୍ପାନୀର ୫୮ ତମ ଡିଜିଟାଲ ଷ୍ଟୋର JIO_MART_DIGITAL ସୋ ରୁମ୍ ଶୁଭ ଉଦ୍ଘାଟିତ !

masiha

Leave a Comment

error: Content is protected !!