ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ

ପରଶୁବେଡା କୁ ପଞ୍ଚାୟତ ଘୋଷଣା କରିବାକୁ ବିଡିଓ ଙ୍କୁ ଦାବୀପତ୍ର ପ୍ରଦାନ 

ଡାବୁଗାଁ, ୨୬/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବୋରିଗାଁ ପଞ୍ଚାୟତ ଏକ ବଡ଼ ପଞ୍ଚାୟତ ହୋଇଥିବାରୁ ଏହାକୁ ଭାଗ କରି ନୂତନ ପଞ୍ଚାୟତ ଗଠନ କରିବାକୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଡାବୁଗାଁ ବିଡିଓ ଶରତ ମାଝି ଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ପଞ୍ଚାୟତ କୁ ଭାଗ କରି ଏକ ନୂତନ ପଞ୍ଚାୟତ ଗଠନ କରିବାକୁ ୬ ଟି ଗ୍ରାମର ଗ୍ରାମବାସୀ ଦାବି କରିଛନ୍ତି | ବୋରୀଗାଁ ପଞ୍ଚାୟତ ରୁ ପରଶୁବେଡା, ମେଣ୍ଡ୍ରା, ଗୋଦମା , ଖୁଟୁଗୁଡା, ଆମ୍ବାଗୁଡା, ମେଣ୍ଡ୍ରିଗୁଡା ଗ୍ରାମ ସହ ପ୍ରାୟ ୧୦ଟି ପଡା ଗ୍ରାମ କୁ ନେଇ ପରଶୁବେଡା ନାମରେ ଏକ ନୂତନ ପଞ୍ଚାୟତ ଗଠନ କରିବା ପାଇଁ ଏହି ୬ ଟି ଗ୍ରାମର ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ବତନ ସରପଞ୍ଚ ରଇନୁ ପୂଜାରୀ, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ୱାର୍ଡ ସଭ୍ୟ ମାନସିଂ ଭତ୍ରା, ବିଘଲ ଭତ୍ରା, ବୁଦୁରୁ ଭତ୍ରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରେରଣ କରାଯାଇଛି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

Sunil Chandra Nayak

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

ନବରଂଗପୁର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳି ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!