ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

କନ୍ଧମାଳ,01/07/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ପୁଷାଙ୍ଗିଆ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅବସର ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷୟିତ୍ରୀ ରେବତୀ କୁମାରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବିଦ୍ୟାଳୟରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରାଧିକା ପ୍ରଧାନ ଅବସର ଗ୍ରହଣ କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ କୁନ୍ତଳା କହଁର ବଦଳି ହୋଇ ଅନ୍ୟ ବିଦ୍ୟାଳୟକୁ ଚାଲିଯାଇଛନ୍ତି l ଏହି ଦୁଇ ଶିକ୍ଷୟତ୍ରୀଙ୍କୁ ହରାଇ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସିଆରସିସି ଚନ୍ଦ୍ରଭାନୁ ଭୋଇ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଉତ୍କଳ କେଶରୀ ବିବବାର ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ତରଫରୁ ଦୁଇ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ସଭାରେ ବିଦ୍ୟାଳୟର ଗାୟତ୍ରୀ ମଲ୍ଲିକ, ତନୁଶ୍ରୀ ସାହୁ, ବିଦ୍ୟୁତ ପ୍ରଭା ନାୟକ, ସୌଦାମିନୀ ସାହୁ , ଅଶୋକ ପଟ୍ଟନାୟକ, ବିଦ୍ୟୁତ କୁମାର ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଦୁଇ ଶିକ୍ଷୟତ୍ରୀ ବିଦ୍ୟାଳୟରେ ନିଜ କାର୍ଯ୍ୟକାଳ ସମୟରେ ସୁପରିଚାଳନା, ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ, ଓ ଛାତ୍ରଛାତ୍ରୀ ଙ୍କ ସହ ସୁ ସମ୍ପର୍କ ରକ୍ଷା କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ ବୋଲି ମତ ପ୍ରକାଶ ପାଇଥିଲା l ବାସ୍ତବରେ ଏହି ବିଦାୟ କାଳୀନ ସଭା ଅତି ଦୁଃଖ ପୂର୍ଣ୍ଣ ଓ ହୃଦୟ ବିଦାରକ ଥିଲା l ଶେଷରେ ଅବସର ଓ ବଦଳି ହେଉଥିବା ଦୁଇ ଶିକ୍ଷୟତ୍ରୀଙ୍କ ଜୀବନର ଶୁଭକାମନା କରିବା ସହ ଅନେକ ଉପହାର ପ୍ରଦାନ କରି ସଭା ସାଙ୍ଗ କରିଥିଲେ l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାସ୍ତା ନିର୍ମାଣପାଇଁ ରାସ୍ତା ରୋକ ଆନ୍ଦୋଳନ

Sunil Chandra Nayak

ଅଧିକ ଟାଣଖରା ହେଉଥିବାରୁ ଅଂଶୁଘାତ ପାଇଁ ସଚେତନ କଲେ ଧୂମାଭଟା ସରପଞ୍ଚ ବନମାଳୀ

masiha

ମହିମା ଧର୍ମର ଭକ୍ତ ସମାଗମରେ ନୂଆ ଆମ୍ବ ଖାଇବା ଭେଟଘାଟ ଉତ୍ସବ 

masiha

Leave a Comment

error: Content is protected !!