ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡରେ ଓଡିଆ ଭାଷାକୁ ଅବହେଳା ନେଇ ଉଦବେଗ

ରାଉରକେଲା/ ଆଜି ଝାଡ଼ଖଣ୍ଡ ସରକାରଙ୍କ ଓଡ଼ିଆ ଭାଷା ନୀତିକୁ ନେଇ ଓଡ଼ିଆ ଗ୍ରାମ ରା°ରି° ହରି ମନ୍ଦିର ପ୍ରାଙ୍ଗଣରେ ଝାଡ଼ଖଣ୍ଡ ଅଳ୍ପ ସଂଖ୍ୟକ ଆୟୋଗ ର ପୂର୍ବତନ ଉପାଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଶ୍ରୀ ଷଡ଼ଙ୍ଗୀ କହିଲେ ଯେ ସଡ଼କ ଠାରୁ ଆରମ୍ଭ କରି ବିଧାନ ସଭା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ ଯେ ପର୍ଯ୍ୟନ୍ତ ଆମ ମାତୃଭାଷା ଓଡ଼ିଆ କୁ ଉଚିତ୍ ସମ୍ମାନ ଝାଡ଼ଖଣ୍ଡ ସରକାର ଦେଇନାହାଁନ୍ତି ।ବିହାର ସରକାର ଏବଂ ପରବର୍ତ୍ତୀ ସମୟରେ ଝାଡ଼ଖଣ୍ଡ ରାଜ୍ୟଗଠନ ପରେ ମଧ୍ୟ ୨୦୦୫-୦୬ ମସିହା ପର୍ଯ୍ୟନ୍ତ ଓଡ଼ିଆ ଭାଷା ପ୍ରତି ସରକାରଙ୍କ ଦୃଷ୍ଟି ଉଦାସୀନ ନ ଥିଲା। କିନ୍ତୁ ତାପରେ ଓଡ଼ିଆ ଭାଷା କୁ ଷଡ଼ଯନ୍ତ୍ର କରି ଝାଡ଼ଖଣ୍ଡ ରାଜ୍ୟରୁ ସମୁଳେ ବିନାଶ କରିବାପାଇଁ ଏହା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଯାହାକୁ ଏ ଅଞ୍ଚଳର ଓଡ଼ିଆ ଭାଷା ଭାଷୀ ମାନେ ବିରୋଧ କରୁଛନ୍ତି । ଉକ୍ତ ସଭାରେ ବଳରାମ ପ୍ରଧାନ, ସତ୍ୟ ପ୍ରକାଶ କର ସହିତ ରା°ରି° ଗ୍ରାମ ର ଅଶୋକ ପ୍ରଧାନ, କୃଷ୍ଣଚନ୍ଦ୍ର ପ୍ରଧାନ, ପୀତବାସ ପ୍ରଧାନ, କାଞ୍ଚନ ପ୍ରଧାନ ଇତ୍ୟାଦିଙ୍କ ସମେତ ବହୁଳ ପରିମାଣରେ ଓଡ଼ିଆ ଭାଷା ଭାଷୀ ଲୋକ ଏକାଠି ଜମା ହୋଇ ଏକ ସ୍ଵରରେ ଓଡ଼ିଆ ଭାଷା କୁ ଝାଡ଼ଖଣ୍ଡ ରାଜ୍ୟରେ ସୁରକ୍ଷିତ କରି ରଖିବା ପାଇଁଁ ସମସ୍ତ ପ୍ରକାର ଆନ୍ଦୋଳନ ର ବିନା ସର୍ତ୍ତରେ ସମର୍ଥନ ଜଣାଇଛନ୍ତି। ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ବଳରାମ ପ୍ରଧାନ ସମସ୍ତ ଉପସ୍ଥିତ ଜନତା କୁ ଧନ୍ୟବାଦ ଦେଇ ଆସନ୍ତା କାଲି ୧୭-୦୧-୨୦୨୩ ରେ ଐତିହାସିକ କେରା ଗ୍ରାମ ସହିତ ବାଇପିଡ ଏବଂ ଆଖପାଖ ଗାଆଁ ରେ ଏଭଳି ସଭା ର ଆୟୋଜନ କରାଯିବ ବୋଲି ସୂଚନା ଦେଇଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

   

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୩୧ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ 

masiha

କାର୍ଯ୍ୟକ୍ଷମ ହେଲା ଆରଜିଏଚ ପରିସରରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ 

Sunil Chandra Nayak

ମାଗଣା ପି ଡି ଏସ ଚାଉଳ, ୧ ହଜାର ଟଙ୍କା ଓ ନବୀନଙ୍କ ଝୋଟି ବେଗ ନ ବାଣ୍ଟି ଆତ୍ମସାତ 

masiha

Leave a Comment

error: Content is protected !!