ଢେ଼ଙ୍କାନାଳ/ ହିନ୍ଦୋଳ (ମ ସୀ ହା)୦୬/୦୭_ଓଡିଶା ସରକାରଙ୍କ 5T ସଚିବ ଭି କେ କାର୍ତିକେୟନ ପାଣ୍ଡିଆନ ଙ୍କ ଆସନ୍ତା ୧୨ତାରିଖ ଦିନ ହିନ୍ଦୋଳ ଗସ୍ତ କାର୍ଯ୍ୟକ୍ରମ ରହିଅଛି I ତେଣୁ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସୁଶାନ୍ତ ରାଉତଙ୍କ ତତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I 5T ସଚିବଙ୍କ ହିନ୍ଦୋଳ ଆସିବା କିପରି ସଫଳ ହେବ ଏବଂ ସାଧାରଣ ଲୋକଙ୍କ ଅଭିଯୋଗ କିପରି 5T ସଚିବଙ୍କ ପାଖରେ ପହଂଚିପାରିବ ତା ଉପରେ ବିଜୁ ଜନତା ଦଳ ତରଫରୁ ପ୍ରସ୍ତୁତି ବୈଠକ ରାସୋଳ ରେ ଅନୁଷ୍ଠିତ ହୋଇଥିଲା I ବୈଠକରେ ହିନ୍ଦୋଳର ପ୍ରାୟ ୫୦୦ବିଜେଡି କର୍ମୀ ଯୋଗଦେଇଥିଲେ I ଏବଂ ହିନ୍ଦୋଳ ବିଧାୟିକାଙ୍କ ମନମାନି ବିଷୟରେ କହିବା ସହିତ ବିଜେଡିର କୌଣସି କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କୁ ନ ଡାକିବା ଏବଂ ଲୋକମାନଙ୍କଠାରୁ ଦୁରେଇ ରହୁଥିବା ବିଷୟରେ ପର୍ଯ୍ୟବେକ୍ଷକ ଶ୍ରୀ ସୁଶାନ୍ତ ରାଉତଙ୍କ ଆଗରେ କହିଥିଲେ I ଉଭୟେ ବିଧାୟିକା ଏବଂ ବିଜେଡି କର୍ମୀଙ୍କ ମଧ୍ୟରେ ଆରୋପ ଦୋଷାରୋପ ହୋଇଥିବା ଦେଖିବାକୁ ମିଳିଥିଲା I ଶେଷରେ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ରାଉତ ସମସ୍ତଙ୍କୁ ଅନୁରୋଧ କରି କିପରି 5T ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ ହେବ ବିଜେଡି କର୍ମୀଙ୍କୁ ବୁଝାଇ ଥିଲେ I