ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କର ନିର୍ଦ୍ଦେଶ ଅନୁଯାୟୀ ଜୁଲାଇ ମାସର ପ୍ରଥମ ସପ୍ତାହ ଅର୍ଥାତ୍ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଅଦ୍ୟ ତା-୦୭.୦୭.୨୦୨୩ ରିଖ ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦାରା ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ସଡଙ୍ଗୀ ଙ୍କ ପୌରହିତ୍ୟରେ ଏବଂ ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମୃତ ରଞ୍ଜନ ନନ୍ଦ, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷୀ ପ୍ରିୟଦର୍ଶିନି, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀ ଚନ୍ଦନ ଦେହୁରୀ, ରାୟଗଡା ଜିଲ୍ଳା ଶିକ୍ଷା ଅଧିକାରୀ, ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ, ମଧ୍ୟସ୍ଥତା ଓକିଲ ଶ୍ରୀ ସାମୁଏଲ ତାଣ୍ଡି, ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ସୀତାରାମ ପଣ୍ଡା, ରାୟଗଡା ବନାଞ୍ଚଳ ର ବନ କର୍ମଚାରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଏବଂ ଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିସମର ଚାରାରୋପଣ କରିଥିଲେ I ପରିଶେସରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ସଂପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ତ୍ବାବଧାନରେ ସ୍ଥାନୀୟ ସେଞ୍ଚୁରିଆନ ପବ୍ଲିକ ସ୍କୁଲ ପରିସରରେ ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଡାଇରେକ୍ଟର ଶ୍ରୀ ରାଜେଶ ପାଢି ଓ ଅନ୍ୟ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଜରିଆରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ I ସେହିପରି ଜିସିଡି ହାଇସ୍କୁଲ ପରିସରରେ ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ତ୍ବାବଧାନରେ ଜିସିଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଜରିଆରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା I ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଆଜି ରାୟଗଡା ଜିଲ୍ଳାର ସମସ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବନ ବିଭାଗ ଦାରା ଯୋଗାଇ ଦିଆଯାଇଥିବା ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି I ସର୍ବୋପରି ବନ ବିଭାଗର ସହଭାଗୀତା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିସିଡି ହାଇସ୍କୁଲ ର ପ୍ରଧାନ ଶିକ୍ଷକ, ସେଞ୍ଚୁରିଆନ ପବ୍ଲିକ ସ୍କୁଲର ଡାଇରେକ୍ଟର, ଜିଲ୍ଲା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟଣ୍ଟର, ପାନେଲ ଓକିଲ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୁଡିକ ସଫଳତାର ସହିତ ସମାପ୍ତ ହୋଇଛି I

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସତ୍ୟମ୍ ଇଣ୍ଟର୍ ନ୍ୟାସନାଲ୍ ସ୍କୁଲର ବିଜ୍ଞାନ ମେଳା -୨୦୨୪ ଉଦଯାପିତ 

masiha

କନ୍ଦାବୁଟୁରା ଗ୍ରାମ ପଞ୍ଚାୟତରେ ଯୁଗ୍ମ ଜନ ଶୁଣାଣି ଶିବିର 

Sunil Chandra Nayak

ରାଇରଙ୍ଗପୁରର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!