ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

ଭବାନୀପାଟଣା,9/01- ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ୍ ପାୱାର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏଡିଇଓ ଶୁଭଲକ୍ଷ୍ମୀ ନାୟକ, ପ୍ରୋଗ୍ରାମର ସୌମେନ୍ଦ୍ରନାଥ ପଟ୍ଟନାୟକ, ଏଫସି ସାଧୁ ଶରଣ ପ୍ରସାଦ, ବିଏମ୍ ହାଇସ୍କୁଲ ପ୍ରଧାନ ଶିକ୍ଷକ ଷଷ୍ଠୀ ଝାଙ୍କର୍, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ, ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲାର ୧୩ଟି ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀ ମାନେ ପୋଷ୍ଟର ନିର୍ମାଣ, କୁଇଜ୍, ପ୍ରବନ୍ଧ, ଧୀର ସାଇକେଲ ଚାଳନା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେହିପରି ଦ୍ବିତୀୟ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସିଆରସିସି ଡିଲେଶ୍ୱର ରଣା। ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ସମେତ ଶିକ୍ଷକ ପ୍ରକାଶ ନିଶଙ୍କ, ଆଇପିଇ ରୂପସିଂ ରାଉତ, ସିଆରସିସି ମନୋଜ କୁମାର ସାହୁ, ଅଜିତ ପ୍ରଧାନ, ଦୂର୍ବାଦଳ ପଟେଲ, ତୁଳାରାମ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

( ମ ନି ସ )

Related posts

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ସହୀଦ ଦିବସ ପାଳିତ

Sunil Chandra Nayak

ଜାରି ରହିଛି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କଳାବ୍ଯାଜ୍ ଧାରଣ

masiha

କେନ୍ଦୁବିଲ୍ୱରେ ଶ୍ରୀ ଜୟଦେବ ଜୟନ୍ତୀ କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ

masiha

Leave a Comment

error: Content is protected !!