ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର

ବନ୍ଧୁଗାଁ ତା,୪/୪/୨୩, ବନ୍ଧୁଗାଁ ବ୍ଲକର ସଦର ମହକୁମା ଠାରେ ଆଜି ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ହୋଇ ଯାଇଛି I ଏହି କାର୍ଯ୍ୟକ୍ରମ ବନ୍ଧୁଗାଁ ବ୍ଲକର ବିଏସଏସଓ ଶ୍ରୀ ଜଜ୍ଞେସ୍ୱର ନାୟକଙ୍କ ଦ୍ୱାରା  ପରିଚାଳିତ ହୋଇଥିଲା  I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିସଦ ଅଧ୍ୟକ୍ଷା ଶୁଶ୍ରୀ ସଶ୍ମିତା ମେଲେ, ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ବନ୍ଧୁଗାଁ ବ୍ଲକ ବିଧାୟକ ପ୍ରତିନିଧି ରବୀନ୍ଦ୍ର ଦେବରପଲି, ବ୍ଲକ ବିଜେଡି ଦଳର ଛାତ୍ର ଯୁବ ସଭାପତି କାନୁ ଚରଣ  ବେବରା, ଉପସ୍ଥିତ ରହିଥିଲେ I ଆଜିର ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବନ୍ଧୁଗାଁ ବ୍ଲକରେ ଭିନ୍ନକ୍ଷମ ଭୀମଭୋଇ ସାମର୍ଥ୍ୟ ଶିବିର ୧୪୧ ଜଣ ଵୃଦ୍ଧ ଓ ବୃଦ୍ଧାଙ୍କୁ ଭତ୍ତା ରେ ଅନ୍ତର୍ଭୁକ୍ତ କରାଯିବା ସହ ୧୭୨ ଜଣ ଭିନକ୍ଷମ ଓ ବିକଳାଙ୍ଗଙ୍କୁ ବ୍ଲକ ଆଧ୍ୟକ୍ଷା ଓ ଜିଲ୍ଲା ପରିସଦ ଅଧ୍ୟକ୍ଷା ଓ ବ୍ଲକ ବିଧାୟକ ପ୍ରତି ନିଧିଙ୍କ ମାଧ୍ୟମରେ ପ୍ରମାଣ ପତ୍ର ଦିଆଗଲା I ଏହା  ଜଣଙ୍କୁ ୱିଲ ଚେୟାର ଜଣଙ୍କୁ ଟ୍ରାଇ ସାଇକେଲ, ଓ ଦୁଇ ଜଣଙ୍କୁ ଶ୍ରଵଣ ମିସିନ ଦିଆଯାଇଛି I ଆକିର କାର୍ଯ୍ୟ କ୍ରମରେ ବନ୍ଧୁଗାଁ ବ୍ଲକର ତେରଗୋଟି ଗ୍ରାମ ପଞ୍ଚାୟତରୁ ପହଞ୍ଚିଥିଲେ I ବ୍ଲକର ସମସ୍ତ ପି. ଆର. ମେମ୍ବର ଓ ସମସ୍ତ ପିଇଓ ଉପସ୍ଥିତ ରହିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନ କ୍ରମେ ଚାଷୀମୂଲିଆ ଆଦିବାସୀ ସଂଘ ପକ୍ଷରୁ ବନ୍ଧୁଗାଁ ବ୍ଲକରେ ଶତାଧିକ ସମର୍ଥକଙ୍କ ସହ ଟ୍ରାକ୍ଟର ପଟୁଆର ସହିତ ପ୍ରତିବାଦ ଆନ୍ଦୋଳନ

Sunil Chandra Nayak

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ  ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

Sunil Chandra Nayak

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ୱ ଯୁବ ଦିବସ -୨୦୨୬ ପାଳିତ

Sunil Chandra Nayak

Leave a Comment

error: Content is protected !!