ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୋଦୋ ଭଟା ଓ ଖନାତରାରେ ଗାୟତ୍ରୀ ଯଜ୍ଞ ପାଇଁ ଶହ ଶହ ମହିଳାଙ୍କ କଳସ ଯାତ୍ରା

ଗୋଳାମୁଣ୍ଡା/୪/୪/ନିର୍ଭୀକ, ନିରପେକ୍ଷ ମସିହା/ବିଶ୍ୱର ମଙ୍ଗଳ କାମନା ପାଇଁ ଶାନ୍ତି କୁଞ୍ଜ ହରିଦ୍ୱାର ମାଁ କୃପା ମୟୀ ଗାୟତ୍ରୀ ଓ ବେଦ ମୂର୍ତ୍ତି ତପୋ ନିଷ୍ଠ ପଣ୍ଡିତ ଶ୍ରୀ ରାମ ଶର୍ମା ଆଚାର୍ଯ୍ୟ ଏବଂ ଶକ୍ତି ସ୍ୱରୂପା ମାତା ଭଗବତୀ ଦେବୀ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷରେ ପରମ ପୂଜ୍ୟ ଗୁରୁଙ୍କ ସନ୍ଦେଶ କ୍ରମେ ଜିଲ୍ଲାର ଅନେକ ସ୍ଥାନରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇ ଯାଉଛି । ଏହି ଅବସରେ ନବ କୁଣ୍ଡିୟ ଗାୟତ୍ରୀ ଯଜ୍ଞ ପୂର୍ବରୁ କଳସ ଯାତ୍ରା ଆରମ୍ଭ ହୋଇଥିଲା । ଗତକାଲି ଗୋଳାମୁଣ୍ଡା ବ୍ଲକ ସ୍ଥିତ କୋଦୋ ଭଟା ଗ୍ରାମରେ ଏବଂ ଆଜି ତମ୍ବାଛଡ଼ା ପଞ୍ଚାୟତର ଖନାତରା ଗ୍ରାମରେ ନବ କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା, ଏହି କଳସ ଯାତ୍ରାରେ ଶତାଧିକ ମହିଳାଙ୍କ ମୁଣ୍ଡରେ କଳସ ଧାରଣ କରି ତେଲନଦୀ ମୁହାଣକୁ ପହୁଁଛି ଥିବା ବେଳେ ଶ୍ରଦ୍ଧାଳୁ ପୁରୁଷଙ୍କ ଉପସ୍ଥିତ ଭିଡ଼ ପରିଲକ୍ଷିତ ଥିବା ବେଳେ ଅନେକ ଗାୟତ୍ରୀ ପରିବାରର ବରିଷ୍ଠ କନିଷ୍ଠ ପରିଜନ ବୃନ୍ଦ ଯୋଗ ଦେଇଥିଲେ ଏବଂ କଳସ ଧାରଣ କରିଥିବା ମହିଳାଙ୍କ ପାଇଁ ପ୍ରବଚନ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଭାବେ ନରେନ୍ଦ୍ର ପଣ୍ଡା ବୁଝାଇ ଥିଲେ,ଏହି ଉପଲକ୍ଷେ ଜିଲ୍ଲା କୋଡ଼ିନଟର ତପନ ସାହୁ, ଟାର୍ଜନ ମେହେର, ସନ୍ତୋଷ ପଣ୍ଡା ଶୈଳେଶ ଅଗ୍ରୱାଲ ପ୍ରମୁଖ କୋଦୋ ଭଟାରେ ଯଜ୍ଞର କଳସ ଯାତ୍ରାରେ ଯୋଗ ଦେଇ ଥିବା ବେଳେ ଖନାତରାରେ ବରିଷ୍ଠ ପରିଜନ ନରେନ୍ଦ୍ର ପଣ୍ଡା, ବିରଞ୍ଚି ବେହେରା, ସଂଜୀବ ପଟ୍ଟଯୋଶୀ, ଗୌର ନାଇକ, ଆସାମଞ୍ଜୁରୀ ମୁଣ୍ଡ, ପୁଷ୍ପାଞ୍ଜଳି ପଣ୍ଡା,ସାନୁର୍ଯ୍ୟ ଗୋପାଳ, ଭାଗ୍ୟବାନ ସେନାପତି,ତଥା ଶହ ଶହ ମହିଳା ତେଲନଦୀ ମୁହାଣରେ ଉପସ୍ଥିତ ରହି କଳସ ରେ ଗଙ୍ଗା ଜଳ ପୂର୍ଣ୍ଣ କରି ଯଜ୍ଞ ସାଲାରେ ଯାତ୍ରା କରିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରେ ପବିତ୍ର ଗଣେଶ ପୂଜା ଅନୁଷ୍ଠିତ

masiha

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

Leave a Comment

error: Content is protected !!