ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗ୍ରାମ ପଞ୍ଚାୟତ ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ପୋଡାଗଡ଼ବାବା ଭୈରବ ବିମାନ। ଏହି ଉତ୍ସବ ରେ ଗ୍ରାମର ଦନ୍ତେଶ୍ଵରୀ ମାଉଲି ବିମାନ ଓ ବାନୀପଦର କେରିପଦରର ମା ପେଣ୍ଡ୍ରାଣୀ ବିମାନ ଗୋରମ୍ବାର ପେଣ୍ଡ୍ରାଣୀ ମା ବିମାନ ଓ କୋଳାଓଳି ଅନନ୍ତପୁର କୁରଚି ଓ ଶତାଧିକ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରଚି ଉପସ୍ଥିତ ଥିଲେ। ଏହି ଉତ୍ସବର ମୁଖ୍ୟ ପୁରୋଧା ଦଳଶାଇ ସମରଥ ଓ ସମରଥ ପରିବାରର ସମସ୍ତ ଝିଅ ପୁଅ ବନ୍ଧୁ ବାନ୍ଧବଙ୍କୁ ନେଇ ଏହି ଉତ୍ସବ ପାଳିତ ହେଇଛି। ପୋଡାଗଡ଼ ର ମୁଖ୍ୟ ଭୈରବ ବାବା ଓ ମା ଦନ୍ତେଶ୍ଵରୀ ବିମାନ ନିମନ୍ତ୍ରଣ ପାଇଁ ପୋଡାଗଡ଼ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ଙ୍କ ଘରେ ପୂଜା ପାଉଥିବା ବିମାନ ଯୋଗଦେଇ ମନୋରମ ଦେବି ନୃତ୍ୟ ପ୍ରଦର୍ଶନ କରି ଲୋକଙ୍କୁ ବିମୋହିତ କରିଥିଲେ। ଆଗାମୀ କାଲି ଝରୀଗାଁ ବିଧାୟକ ଓ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର.ମାଝୀ ଯୋଗଦେବାର କାର୍ଜ୍ୟକ୍ରମ ରହିଛି ବୋଲି ଉକ୍ତ ପୁଜା କମିଟି ସୁଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍ 

Related posts

ରାଇରଙ୍ଗପୁର ଐତିହାସିକ ବାବା ଐଶ୍ବାନେଶ୍ବର ଉଡାପର୍ବରେ ୫୦ ହଜାରରୁ ଉର୍ଦ୍ଧ୍ବ ସମାଗମ,ହର ହର ମହାଦେବ ପ୍ରକମ୍ପିତ 

Sunil Chandra Nayak

ଗ୍ରହରାଜ ଶନିଙ୍କ ପୀଠରେ ଜଳ ଅଭିଷେକ କଲେ ଭକ୍ତ 

Sunil Chandra Nayak

କାନ୍ଦୁଲ ଝର ଗ୍ରାମ ର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!