ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧୋଡ୍ରା ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ବିଭିନ୍ନ ଦେବା ଦେବୀଙ୍କ ବୀମାନ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା ଧୋଡ୍ରା ଗ୍ରାମ ପଞ୍ଚାୟତ ତେଲକୋନାରୀ ମା ଦନ୍ତେଶ୍ଵରୀ ଓ ବୁଢା ଦେଓ ମନ୍ଦିର ପ୍ରତିଷ୍ଟାରେ ଯୋଗଦେଲେ ପୋଡାଗଡ଼ବାବା ଭୈରବ ବିମାନ। ଏହି ଉତ୍ସବ ରେ ଗ୍ରାମର ଦନ୍ତେଶ୍ଵରୀ ମାଉଲି ବିମାନ ଓ ବାନୀପଦର କେରିପଦରର ମା ପେଣ୍ଡ୍ରାଣୀ ବିମାନ ଗୋରମ୍ବାର ପେଣ୍ଡ୍ରାଣୀ ମା ବିମାନ ଓ କୋଳାଓଳି ଅନନ୍ତପୁର କୁରଚି ଓ ଶତାଧିକ ଦେବା ଦେବୀଙ୍କ ପ୍ରତୀକ ଲାଠି କୁରଚି ଉପସ୍ଥିତ ଥିଲେ। ଏହି ଉତ୍ସବର ମୁଖ୍ୟ ପୁରୋଧା ଦଳଶାଇ ସମରଥ ଓ ସମରଥ ପରିବାରର ସମସ୍ତ ଝିଅ ପୁଅ ବନ୍ଧୁ ବାନ୍ଧବଙ୍କୁ ନେଇ ଏହି ଉତ୍ସବ ପାଳିତ ହେଇଛି। ପୋଡାଗଡ଼ ର ମୁଖ୍ୟ ଭୈରବ ବାବା ଓ ମା ଦନ୍ତେଶ୍ଵରୀ ବିମାନ ନିମନ୍ତ୍ରଣ ପାଇଁ ପୋଡାଗଡ଼ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା ଙ୍କ ଘରେ ପୂଜା ପାଉଥିବା ବିମାନ ଯୋଗଦେଇ ମନୋରମ ଦେବି ନୃତ୍ୟ ପ୍ରଦର୍ଶନ କରି ଲୋକଙ୍କୁ ବିମୋହିତ କରିଥିଲେ। ଆଗାମୀ କାଲି ଝରୀଗାଁ ବିଧାୟକ ଓ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର.ମାଝୀ ଯୋଗଦେବାର କାର୍ଜ୍ୟକ୍ରମ ରହିଛି ବୋଲି ଉକ୍ତ ପୁଜା କମିଟି ସୁଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍ 

Related posts

ଅମଠା ଶୈବ ପୀଠ ସ୍ଥଳୀରେ ଶିବ ଓ ଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୋହଳ ପ୍ରହର ନାମ ଯଜ୍ଞ ଆୟୋଜିତ

ଜଗତସିଂହପୁର ର ପଣ୍ଡିତ ମାନଙ୍କ ଦ୍ୱାରା କେନ୍ଦ୍ରାପଡ଼ା ରେ ବନଦୁର୍ଗା ଓ ମଙ୍ଗଳା ମାଆଙ୍କ ମନ୍ଦିର ପ୍ରତିଷ୍ଠା 

Sunil Chandra Nayak

ମା ତାରିଣୀଙ୍କ ୮୭ତମ ଚଇତି ପର୍ବ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!