ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଢେଙ୍କାନାଳ ମାଟିର ବିଶିଷ୍ଟ ସାହିତ୍ୟିକ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ୧୨୦ ତମ ଜୟନ୍ତୀ ପାଳିତ

ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ

ଢେଙ୍କାନାଳ:( ମ ସୀ ହା ) ୧୫.୦୪.୨୦୨୩: ଆଜି ପ୍ରାତଃ ୯ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ସ୍ଥାନୀୟ ଢେଙ୍କାନାଳ ଦେଉଳ ସାହି, ଜୁବିଲି ଟାଉନ, କବିଭୂଷଣ ମାର୍ଗ ସ୍ଥିତ କବିକୁଟୀର ଠାରେ ମୋ ଢେଙ୍କାନାଳ ମାଟିର ବିଶିଷ୍ଟ ସାହିତ୍ୟିକ, କବି ତଥା ପ୍ରଶାସକ କବିଭୂଷଣ ରାଜକିଶୋର ପଟ୍ଟନାୟକଙ୍କର ୧୨୦ ତମ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ଶତପଥୀଙ୍କ ସମେତ ଥିଙ୍କରସ ଫୋରମ୍ ର ସଭାପତି ସୋମେନ୍ଦୁ ଶତପଥୀ, ସଂପାଦକ ପ୍ରକାଶ ଚନ୍ଦ୍ର ରାଉତ, ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକ,କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀ, ଉପସଭାପତି ଡ଼ଃ ସମିର କୁମାର ସାହୁ,ଡ଼ଃ ପ୍ରମୋଦ କୁମାର ନାୟକ, ସଂପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ସୁମିତାରାୟ ପଟ୍ଟନାୟକ, ଅଞ୍ଜୁ ଅସ୍ମିନ, ପି.ପରମଜିତ୍ , ସୁଶୀଲ କୁମାର ନନ୍ଦ, ବିଭୂତି ଭୂଷଣ ପଟ୍ଟନାୟକ, କବିଭୂଷଣ ସ୍ମୃତି ସଂ ସଦ, ପଣ୍ଡିତ ରୁଦ୍ରନାରାୟଣ ସ୍ମୃତି ସଂସଦ, ରେଣୁବାଲା ସ୍ମୃତି ସଂସଦର ଆଜୀବନ ସଭ୍ୟ ଶିକ୍ଷାବିତ୍ ଡ଼ା. ଦେବୀ ପ୍ରସାଦ ମିଶ୍ର ଓ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ପ୍ରମୁଖ କବିଙ୍କ ପ୍ରତିମୂର୍ତ୍ତିରେ ଧୂପ ,ଦୀପ,ପୁଷ୍ପ ଓ ଚନ୍ଦନ ଅର୍ପଣ କରିଥିଲେ ।ଏହି ଅବସରରେ କବିଙ୍କର ଚାକିରୀ ସ୍ଥାନ ସ୍ଥାନୀୟ ଜର୍ଜ ଉ.ପ୍ରା. ସ୍କୁଲ୍, ଢେଙ୍କାନାଳ ପରିସରରେ କବିଭୂଷଣଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନ କରଯାଇଥିଲା।

ସେଦିନ ଅପରାହ୍ନ ୪ଘଟିକା ୩୦ ମିନିଟ୍ ସମୟରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଭବନରେ ସଭାମୁଖ୍ୟ ପ୍ରମୋଦ ନାୟକ ଓ ସମ୍ମାନିତ ଅତିଥି ଲେଖକ ସଂସଦର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ଉପସ୍ଥିତିରେ କବି ସଂଯୋଜିକା କାଦମ୍ବରୀ ମହାକୁଡ଼ ଓ କବି ମମତା ମହନ୍ତଙ୍କ ସଂଯୋଜନାରେ ୫୦ ଜଣ କବି ସ୍ବରଚିତ କବିତାମାନ ପାଠ କରିଥିଲେ। ତାପରେ ପରେ କବିଭୂଷଣ ସ୍ମୃତି ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ପୌରୋହିତ୍ୟରେ ଅଜିତ୍ କୁମାର ରଣାଙ୍କ ବଳିଷ୍ଠ ସୁନ୍ଦର ସଂଯୋଜନାରେ ଆଜିର ସାନ୍ଧ୍ୟ ଅଧିବେଶନରେ ରାଜ୍ୟ ସ୍ତରରୁ ଆସିଥିବା ବିଶିଷ୍ଟ ସାହିତ୍ୟିକ ତଥା ଅନୁଗୋଳ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଆନନ୍ଦ ଚନ୍ଦ୍ର ମହାପାତ୍ର ଉଦ୍ ଘାଟକ, ମହିଳା ଦକ୍ଷତା ସମିତିର ସମ୍ପାଦିକା ସୁଚେତା ରାଉତ୍ ମୁଖ୍ୟଅତିଥି, ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସଦସ୍ୟା ଡ଼ଃ ପୁଷ୍ପଲତା ରଥ, ମୁଖ୍ୟବକ୍ତା,ନେହେରୁ ଯୁବକେନ୍ଦ୍ରର ଡେପୁଟି ଡାଇରେକ୍ଟର ଅଶୋକ ଦାଶ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ସମସ୍ତ ମଞ୍ଛାସୀନ ଅତିଥି ବୃନ୍ଦ କବିଭୂଷଣଙ୍କର ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ଏକଦା କବି କାର୍ଯ୍ଯ କରିଥିବା ଜର୍ଜ ଉ. ପ୍ରା. ସ୍କୁଲ୍, ଢେଙ୍କାନାଳ ଠାରେ କବିଭୂଷଣଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶା ସରକାରଙ୍କୁ ପ୍ରଦାନ କରିବା ପାଇଁ ସମ୍ମିଳିତ ଭାବରେ ଦୃଢ଼ ଦାବୀ ଉପସ୍ଥାପନ କରାଯାଇଥିଲା। ଏ ଅବସରରେ ସମ୍ପାଦକଙ୍କ ହସ୍ତ ତିଆରି ଏକ ପତ୍ରିକା ଶ୍ରୀରଂଗରାଜ ଓ ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଅଭିନନ୍ଦନିକାକୁ ଅତିଥି ମାନେ ମିଳିତ ଭାବେ ଉଦ୍ ଘାଟନ କରିଥିଲେ। ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ଅଜିତ୍ କୁମାର ରଣା ବେଦଧ୍ଵନୀ କରିଥିଲେ। ଉପସଭାପତି ଡ଼ଃ ସମୀର ସାହୁ ସ୍ଵାଗତ ଭାଷଣ, ସଭ୍ୟ ଅଞ୍ଜୁ ଅସ୍ମିନ ଓ ବିଭୂତି ପାତ୍ର ସ୍ଵାଗତ ସଙ୍ଗୀତ ଓ ସମ୍ପାଦକ ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ ସହ ବାଣିଶ୍ରୀ ପଣ୍ଡିତ ବିନୋଦ ବିହାରୀ ନାୟକ, ବିଶିଷ୍ଟ ସାହିତ୍ୟିକ ଉଦ୍ଧବ ନାୟକ ଓ ସଂସଦର ଉପଦେଷ୍ଟା ସରୋଜ କୁମାର ପଟ୍ଟନାୟକଙ୍କର ବାର୍ତ୍ତା ପାଠ କରିଥିଲେ।ରାଜ୍ୟସ୍ତରୀୟ ସମ୍ମାନରେ ସମର କବି ବ୍ରଜନାଥ ବଡ଼ଜେନା ସମ୍ମାନ କାନନବାଳା ପଟ୍ଟନାୟକଙ୍କୁ,କବିଭୂଷଣ ସ୍ମୃତି ସମ୍ମାନ ଚିତ୍ତ ରଞ୍ଜନ ପଣ୍ଡାଙ୍କୁ,ଶ୍ରୀରଂଗରାଜ ସମ୍ମାନ ଚାରୁ ଚନ୍ଦ୍ର ମିଶ୍ରଙ୍କୁ, ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ପ୍ରାୟୋଜିତ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ସ୍ମୃତି ସମ୍ମାନ ବାରିଷ୍ଠା କବି ସୁରେଖା ଶତପଥୀଙ୍କୁ ମାନପତ୍ର ଓ ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ଚଳିତ ବର୍ଷର ମାଧ୍ୟମିକ ଶିକ୍ଷା ବୋର୍ଡର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ର ରାଜେନ୍ଦ୍ର ପ୍ରସାଦ ସାହୁଙ୍କୁ ମଧ୍ଯ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ସ୍ମୃତି ସମ୍ମାନ ପ୍ରଦାନ କରିବା ସହ , ମାନପତ୍ର,ଏକ ହଜାର ଟଙ୍କା ଅର୍ଥ ରାଶି ଓ ପୁଷ୍ପ ଗୁଚ୍ଛ, ମାନପତ୍ର,ପ୍ରଶଂସା ପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଉପସ୍ଥିତ ଅତିଥି ଵୃନ୍ଦଙ୍କ ଦ୍ବାରା ସମ୍ୱର୍ଦ୍ଧିତ କରାଯାଇଥିଲା । ସଂସଦର ସଭାପତି ଶଙ୍କର୍ଷଣ ଶତପଥୀଙ୍କ ସଙ୍କେତ କବିଭୂଷଣଙ୍କ ରଚନାବଳୀ ଅତିଥିମାନଙ୍କୁ ପ୍ରଦାନ କରଯାଇଥିଲା। ଉପସଭାପତି ଡ଼. ପ୍ରମୋଦ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ସଭାର ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି ଡ଼ା. ଅଜିତ୍ କୁମାର ରଣା ସଞ୍ଚାଳନ କରିଥିଲେ ଓ ସମସ୍ତ କାର୍ଯ୍ୟରେ ଡ଼ା.ଦେବୀ ପ୍ରସାଦ ମିଶ୍ର ସହଯୋଗ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

masiha

ନକଲି ସାର୍ଟିଫିକେଟ ଦେଇ ଶିକ୍ଷକତା ଚାକିରୀ କରିବା ପଡିଲା ମହଙ୍ଗା :ନକଲି ଶିକ୍ଷକ ଙ୍କ ନାମରେ ଥାନାରେ ଦେଲେ ଏତଲା ଗୋଷ୍ଟୀ ଶିକ୍ଷା ଅଧିକାରୀ 

Sunil Chandra Nayak

ରାଉରକେଲା ଆଇନ ମହାବିଦ୍ୟାଳୟ କୁ ବି ଗ୍ରେଡ୍ ମାନ୍ୟତା, ଶୁଭେଚ୍ଛା ର ସୁଅ…

Sunil Chandra Nayak

Leave a Comment

error: Content is protected !!