ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃସ୍ୱାର୍ଥ ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରେ – ପ୍ରଭୁଦତ୍ତ ସୁବୁଦ୍ଧି

ବାଲୁଗାଁ:- ଚିଲିକା-ବାଲୁଗାଁ ରୋଟାରୀ କ୍ଲବକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଆନୁଷ୍ଠାନିକ ପରିଦର୍ଶନ ଅବସରରେ ସପ୍ତମ ବାର୍ଷିକ ଅଧିବେଶନ ଆଜି ବ୍ରେନସିଡ ଏକାଡେମୀ ସଭାଗୃହରେ ରୋଟାରୀଆନ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ସଦସ୍ୟ ଭାଗିରଥି ସ୍ୱାଇଁଙ୍କ ବେଦପାଠ ସହିତ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦଘାଟିତହୋଇଥିଲା l ଜାତୀୟ ସଂଗୀତ ପରିବେଷଣ ସହ ସଭାପତିଙ୍କ ସ୍ୱାଗତ ଅଭିଭାଷଣ ପରେ ସମ୍ପାଦିକା ରୋଟାରୀଆନ ଭାରତୀ ପୁଷ୍ପା ସିଂ ରାଠୋର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ରୋଟାରୀଆନ ରାଜକିଶୋର ପ୍ରଧାନଙ୍କ ସଂଯୋଜନାରେ ବରିଷ୍ଠ ରୋଟାରୀଆନ ଜାନକୀ ବଲ୍ଲଭ ପଟ୍ଟନାୟକ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଉକ୍ତ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଡିଜି ପ୍ରଭୁଦତ୍ତ ସୁବୁଦ୍ଧି, ବିଶିଷ୍ଟ ଅତିଥି ଭାବେ ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି, ଆସିଷ୍ଟାଣ୍ଟ ଗଭର୍ଣ୍ଣର ରବିନାରାୟଣ ମିଶ୍ର ଯୋଗଦେଇ ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ବିଭିନ୍ନ ଅଭିନଵ ପ୍ରକଳ୍ପ, ଜନସେବା, ଚିଲିକା ଓ ପରିବେଶ ସମ୍ପର୍କିତ ସଚେତନତା, ଜେଲ ସଂସ୍କାର କାର୍ଯ୍ୟକ୍ରମ ସମେତ ହାପି ସ୍କୁଲ ପ୍ରକଳ୍ପକୁ ପ୍ରଶଂସା କରିବା ସହ ନିଃସ୍ୱାର୍ଥପର ସମାଜସେବା ବ୍ୟକ୍ତିତ୍ୱକୁ ସାର୍ଥକ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ l ଏଥି ସହ ଡିଜି କହିଥିଲେ ଯେ କୌଣସି ଭଲ କାର୍ଯ୍ୟର ଯୋଜନା କରିବା ମାତ୍ରେ ତାକୁ ଯଥା ଶୀଘ୍ର ଆରମ୍ଭ କରାଯିବା ଉଚିତ ନଚେତ ଏହି ସୁଯୋଗ ଆଉ ମିଳିପାରେ l ପ୍ରତି ବ୍ୟକ୍ତି ପାଖରେ ସମାଜସେବା କରିବା ପାଇଁ ଅଫୁରନ୍ତ ଉତ୍ସ ଓ ସମ୍ଭାବନା ରହିଛି l ଏହି ଅବସରରେ କ୍ଲବ ପକ୍ଷରୁ ପ୍ରଥମେ କ୍ଲବ ଉପଦେଷ୍ଟା ମୃଣାଲ ନାୟକ ଓ ପୁରୀ ରୋଟାରୀ କ୍ଲବର ନାରାୟଣ ଦାଶ, ଚିଲିକା- ବାଲୁଗାଁ ରୋଟାରୀ କ୍ଲବର ପ୍ରଥମ ମହିଳା ପ୍ରିୟଦର୍ଶିନୀ ମହାରଣା, ସଦସ୍ୟା କଳ୍ପନା ମହାପାତ୍ର ଓ ନୂତନ ସଦସ୍ୟା ଅଧ୍ୟାପିକା ନମିତା ଦାଶଙ୍କୁ ଡିଜି ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହାପରେ ଜିଲ୍ଲା ଗଭର୍ଣ୍ଣରଙ୍କ ଉତ୍ସର୍ଗୀକୃତ ସମାଜସେବା ଓ ଦୃଢ଼ ନେତୃତ୍ୱ ପାଇଁ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା କ୍ଲବ ପକ୍ଷରୁ ତାଙ୍କୁ ସ୍ମୃତିଫଳକ ପ୍ରଦାନ କରିବା ସହ ପ୍ରଥମ ମହିଳା ମଞ୍ଜୁଷା ସୁବୁଦ୍ଧି ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସଭାପତି ସତ୍ୟେନ୍ଦ୍ର ସ୍ୱାଇଁ, ନମିତା ଝା ଓ କ୍ୟାପଟେନ ଅକ୍ଷୟ କୁମାର ମିଶ୍ର ପରିଚାଳନା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ରୋଟାରୀଆନ ଯଦୁମଣି ତରାଇ l ଉକ୍ତ ବାର୍ଷିକ ଅଧିବେଶନରେକ୍ଲବ ର ବରିଷ୍ଠ ସଦସ୍ୟ ସୁରେନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ପାଇକରାୟ, ଯଦୁମଣି ତରାଇ, ଗଜେନ୍ଦ୍ର ସେଠୀ, ଭାଗିରଥି ପାଇକରାୟ, ଏମ.ଶମ୍ଭୁ, ବ୍ରେନସିଡ ନିର୍ଦେଶକ ଦୀପକ ସ୍ୱାଇଁଙ୍କ ସମେତ ରୋଟାରାକ୍ଟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ l

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଓ ଡାକ୍ଟର ନିଯୁକ୍ତି ଦାବୀ ନେଇ ଆମରଣ ଅନଶନ ତୃତୀୟ ଦିନରେ ,ସମର୍ଥନ ଦେଇ ଧାରଣାରେ ବସିଲେ ପୂର୍ବତନ ସାଂସଦ ଅର୍କକେଶରୀ

Sunil Chandra Nayak

ବ୍ରହ୍ମ କୁମାରୀ ତରଫରୁ ମାତୃ ଦିବସ ପାଳନ 

masiha

ସୈନିକ ଗଢ଼ିବାରେ ପ୍ରତିବଦ୍ଧ କଳିଙ୍ଗ ଉତ୍କଳ ଡିଫେନ୍ସ ଏକାଡେମୀ

masiha

Leave a Comment

error: Content is protected !!