ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ

ନବରଙ୍ଗପୁର—(ମସିହା) ପାପଡାହାଣ୍ଡି ମସଜିଦ ଠାରେ ଆଜି ହିନ୍ଦୁ ଭାଇ ମାନଙ୍କ ତରଫରୁ ମୁସଲିମ ଭାଇ ମାନଙ୍କୁ ଇଫତିଆର ପାର୍ଟିର ଆୟୋଜନ କରାଯାଇ ଭାଇ ଚାରାର ସନ୍ଦେଶ ଦେଇଥିଲେ | ପବିତ୍ର ରମଜାନ ମାସ ଯୋଗୁଁ ମୁସଲମାନ ମାନଙ୍କ ଦିନ ତମାମ ଉପବାସ ଚାଲିଛି | ସନ୍ଧ୍ୟାରେ ସୂର୍ଯ୍ୟାସ୍ତ ପରେ ଓପବାସ ଭାଙ୍ଗି ଥାନ୍ତି | ଏହି ଅବସରରେ ସ୍ଥାନୀୟ ହିନ୍ଦୁ ସମାଜ ତରଫରୁ ମସଜିଦରେ ଉପସ୍ଥିତ ରହି ଇଫତିଆର ପାର୍ଟିରେ ଯୋଗଦେଇ ଥିଲେ | ସମସ୍ତେ ମିଳି ମିସି ଖାଦ୍ୟ ଗ୍ରହଣ କରିଥିଲେ | ହିନ୍ଦୁ ସମାଜ ତରଫରୁ ତ୍ରିନାଥ ଅମନାତ୍ୟ ଓ ରାଜ କିଶୋର ରାଓ ଯୋଗ ଦେଇ ଭାଇ ଚାରାର ବାର୍ତା ଦେଇଥିଲେ | ପପୁ ଖାନ, ଅବଦୁଲ ଜଳିଲ ଖାନ, ଅଜିଜ ଖାନ, ଏମଡି ଗୁଫରାନ, ଅର୍ବାଜ, ଅଜଗର, ଅବଦୁଲ ସାକୁର ଖାନ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ଭାଇ ମାନଙ୍କୁ ଧନ୍ୟବାଦ ଦେଇଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ସତୁରି ଦଶକର ବରିଷ୍ଠ କଳାକାର ଙ୍କ ବିୟୋଗରେ ସ୍ମୃତିଚାରଣ ସଭା 

masiha

ମୁମୂର୍ଷୁ ଅବସ୍ଥା ରେ ଥିବା ଇନ୍ଦ୍ରାବତୀ କୁ ପ୍ରାକୃତିକ ଓ କୃତ୍ରିମ ସୌନ୍ଦର୍ଯ୍ୟ ର ମିଶ୍ରଣ ଜୀବ ଦାନ ଦେବ ବହୁମୁଖି ପର୍ଯ୍ୟଟନ କ୍ଷେତ୍ର 

Sunil Chandra Nayak

ଜଳେଶ୍ୱର ଓ ରୁପ୍ସା ଅଂଚଳରୁ ନିଖୋଜ ୪ଜଣ ନାବାଳିକା କନ୍ୟା ଜଳେଶ୍ୱର ପୋଲିସ ଦ୍ୱାରା ପଶ୍ଚିମବଙ୍ଗ ରାଜ୍ୟରୁ ଉଦ୍ଧାର -ସାମ୍ବାଦିକ ସମ୍ମିଳନୀରେ ଏସଡିପିଓଙ୍କ ସୂଚନା

Leave a Comment

error: Content is protected !!