ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୩୧/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସଙ୍କୁ ବୁଧବାର ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ସ୍କୁଲ ପକ୍ଷରୁ ଦିଆଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍ ବନମାଳୀ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧକ୍ଷ୍ୟା ରିତା ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଜବାହାର ନୋଡାଲ ଉଚ୍ଚ ବିଦ୍ୟାଳୟ କୋକସରା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବିଇଓ କଲମପୁର ବ୍ଲକ ମଧୁସ୍ମିତା ନାୟକ, ଏବିଇଓ ତୋଫାନ ମାଝୀ, ଓଷ୍ଟା ସଙ୍ଘ ସମ୍ପାଦକ କୋକସରା ବ୍ଲକ ଶିକ୍ଷକ ସାମନ୍ତ ପାଟ୍ଟଯୋଷୀ, ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଦୀର୍ଘ ବର୍ଷ ଧରି ଶ୍ରୀ ଦାସ ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିବା ସହ କୋକସରା ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଅନେକ ଛାତ୍ରଛାତ୍ରୀଙ୍କୁ ମଣିଷ କରି ଗଢିବା ସହ ଜଣେ ନିଷ୍ଠାପର, କର୍ତ୍ତବ୍ୟନିଷ୍ଟ ଶିକ୍ଷକ ଭାବେ କଳାହାଣ୍ଡି ଜିଲ୍ଲାରେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିବା ସହ ଅବସର କାଳୀନ ସମ୍ବର୍ଦ୍ଧନା ଦେବାସହ ତାଙ୍କ ଆଗାମୀ ଜୀବନ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଆଶିଷ ରଞ୍ଜନ ପଟେଲ, ନିରଞ୍ଜନ ନିଆଲ, ବବୃ ବାହାନ ଛତ୍ରିଆ, ସରୋଜ ସାହୁ, ଶିଵ ଶବର, ସୁଶିଳ କୁମାର ସାହୁ, ମୁକେଶ ମେହେର, ନିରୋଜ ବିଶ୍ୱାଳ, ରଞ୍ଜନ ନାଏକ, ଶିକ୍ଷୟିତ୍ରୀ ମାମିନା ଚୌଧୁରୀ, ସୁବାଶିନୀ ଦାସ, ସ୍ମୃତିମୟୀ ଦୁର୍ଗା ସମେତ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପର୍ଶୁରାମ ଦୁର୍ଗା, ପଙ୍କଜ ମୁଖ ଚୌଧୁରୀ, ମୋହନ ଦାସ, ସୁରଞ୍ଜନ ଦାସ, ଗରୁଡ଼ ବାଗ, ଗୁଣନିଧି ବାଗ, ପୂର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ, ସଞ୍ଚୟ ଅଗ୍ରୱାଲ, ରବି ଦାସ, ବିରେନ୍ଦ୍ର ଦାସ, ସନ୍ତୋଷ ଦାସ ସମେତ ସ୍କୁଲ କର୍ମଚାରୀ ଓ ଲଡୁଗାଁ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିବା ପରେ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ମୋ ସ୍କୁଲ ଅଭିଯାନରେ ସଂଗୃହୀତ ୯ଲକ୍ଷ ୪୫ ହଜାରରେ ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ହୋଇଥିବା ଡାଇନିଂ ହଲ ଉଦଘାଟନ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଉରକେଲା ଓଡ଼ିଆ ଅଧ୍ୟାପକ-ଅଧ୍ଯାପିକା ସମ୍ମିଳନୀର ୩ୟ ଅଧିବେଶନ ଅନୁଷ୍ଠିତ

masiha

ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଦହିପଣା ବଣ୍ଟନ ଓ ଅଂଶୁଘାତ ସଚେତନତା ଶିବିର ଆୟୋଜନ 

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

masiha

Leave a Comment

error: Content is protected !!