ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

ରାଇରଙ୍ଗପୁର ଵ୍ଳକ ପରିସରେ ପଞ୍ଚାୟତ ସମିତି ସ୍ତରୀୟ ସ୍ବାବଲମ୍ବୀ ଯୁଵ- ସମୃଦ୍ଧ ସମାବେଶ

ରାଇରଙ୍ଗପୁର -୨୭/୦୬  ରାଇରଙ୍ଗପୁର ପଞ୍ଚାୟତ ସମିତି ପକ୍ଷରୁ ‘ ବିକାଶର ଧାରା, ଓଡ଼ିଶା ସାରା’ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଓ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଡିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ସ୍ବାବଲମ୍ବୀ ଯୁବ – ସମୃଦ୍ଧ ସମାବେଶ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ବ୍ଳକ ଅଧ୍ଯକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ଇଂ ଆଶିଷ ଵସନ୍ତିଆ , ଏଵିଡିଇଓ ସୁରାଇ ମାର୍ଣ୍ଡି, ବ୍ଳକ ଏକଜିଉଟିଭ ଇଞ୍ଜିନିୟର ଅଂଶୁମାନ ସାମଲ, ରାଇରଙ୍ଗପୁର ବ୍ଲକସହକାରୀ ଶିଳ୍ପ ଅଧିକାରୀ ଇଂ ଅମିତ ନାଗ , ସାନପାଖଣା ସରପଞ୍ଚ ସାଓ୍ବାନା ମୁର୍ମୁ, ବଡ଼ସାହି ବ୍ଳକ ସହକାରୀ ଶିଳ୍ପ ଅଧିକାରିଣୀ ବିଷ୍ଣୁପ୍ରିୟା ଵାସ୍କେ ,ବ୍ଳକ ମଙ୍ଗଳ ଅଧିକାରିଣୀ ସୋମବାରୀ ପ୍ରମୁଖ ଯୋଗ ଦେଇଥିଲେ ।ବ୍ଳକ କନିଷ୍ଠ ଯନ୍ତ୍ରୀ ଇଂ ପ୍ରଶାନ୍ତ ଦାସ ସାମ୍ପ୍ରତିକ ପରିସ୍ଥିତିରେ ଯୁବ ଉଦ୍ୟୋଗୀ ଙ୍କୁ କିଭଳି ଉଦ୍ୟୋଗ ସମ୍ବନ୍ଧୀୟ ସଚେତନତା, ଉତ୍ତମ ତାଲିମ, ଉଦ୍ୟୋଗ ପାଇଁ ସରକାରଙ୍କ ଯୋଜନା ଉପରେ ଆଲୋକପାତ କରିଥିଲେ ।କେବଳ କୃଷି ଉପରେ ସମାଜର ଅର୍ଥନୀତି ଆଗେଇ ପାରିବ ନାହିଁ ‌।ତେଣୁ ସମସ୍ତ ଯୁବ ବର୍ଗ ଉଦ୍ୟୋଗ କରି ଉଦ୍ୟୋଗୀପତି ହୁଅନ୍ତୁ ।ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ଆଶିଷ ଵସନ୍ତିଆ କହିଥିଲେ ରାଜ୍ୟ ସରକାର ଯୁବର୍ଗଙ୍କ ପାଇଁ ଦକ୍ଷତା ତାଲିମ କେନ୍ଦ୍ର ବିଭିନ୍ନ ସ୍ଥାନରେ ନିଯୁକ୍ତି ଭିତ୍ତିକ ମାଗଣା ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରିଛନ୍ତି ।ସେଠାରେ ଅଭିଜ୍ଞ ତାଲିମ ଦାତା ଅଛନ୍ତି ।ଯୁବବର୍ଗଙ୍କୁ ମାଗଣାରେ ରହିବା, ଖାଇବା, ତାଲିମ ଦିଆଯାଉଛି ।ତଦସହ ସେମାନଙ୍କୁ ତାଲିମ ସମ୍ବନ୍ଧୀୟ ବଡ଼ ବଡ଼ କମ୍ପାନୀରେ ପ୍ଲେସମେଣ୍ଟ ସୁଵିଧା କରାଯାଉଛି ।ନିଜେ ଉଦ୍ୟୋଗ କଲେ ସରକାର ସଵସିଡ ବ୍ୟବସ୍ଥା କରିଛନ୍ତି ।ତେଣୁ ଯୁବ ବର୍ଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ଏଠାରେ ନିଜେ ଉଦ୍ୟୋଗପତି ହୁଅନ୍ତୁ ।ନିଜେ ଆତ୍ମ ନିର୍ଭରଶୀଳ ହୁଅନ୍ତୁ ।ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାପାଣି ଏସ ଏସ ଡି ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ପରିସରରେ ଅଭିଷେକ ଏଜୁକେଶନାଲ ସୋସାଇଟି ତରଫରୁ ଖୋଲାଯାଇଛି ।ସେଠାରେ ମୋବାଇଲ ରିପେୟାରିଂ, ସିଲେଇ ତାଲିମ, ଜେନେରାଲ ଡିୟୁଟି ଆସିଷ୍ଟାଣ୍ଟ ତାଲିମମାଗଣାରେ ଦିଆଯାଉଛି ।ତେଣୁଯୁବ ବର୍ଗ ନିଜ ନିଜ ବ୍ଳକର ଶିଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜେ କେଉଁ ଉଦ୍ଯୋଗ କରିବେ ତାହା ଉପରେ ଆଲୋଚନା କରି ଆଗକୁ ବଢନ୍ତୁ ।ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଯୁବବର୍ଗ ଯୋଗ ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଅତିରିକ୍ତ ଜିଲ୍ଲାପାଳ ଦ୍ୱୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନl ଅନୁଷ୍ଠିତ

Sunil Chandra Nayak

ମିଡିଆ କ୍ଲବ୍ ପକ୍ଷରୁ ଓଡ଼ିଆ ସାମ୍ବାଦିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!