ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ବିବାହ ଉତ୍ସବ କୁ ଭିନ୍ନ ଡ଼ଙ୍ଗ ରେ ପାଳନ କଲେ ସମାଜ ସେଵୀ

ପ୍ରଥମ ବିବାହ ଉତ୍ସବ କୁ ଭିନ୍ନ ଡ଼ଙ୍ଗ ରେ ପାଳନ କଲେ ସମାଜ ସେଵୀ

କେନ୍ଦ୍ରାପଡା,: ଆଜିର ସମୟ ଚକ୍ରରେ ମଣିଷ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବ୍ୟସ୍ତ ରହିଥାଏ । ମଣିଷ ଗୋଟେ ସାମାଜିକ ପ୍ରାଣୀ । ସମାଜ ପ୍ରତି କିଛି କର୍ଭବ୍ୟ ମଧ୍ୟ ରହିଛି । ଜୀବନରେ ବିବାହ ନୂତନ ସ୍ବାଦ ଆଣିଥାଏ । ଯଦି ମଣିଷ ଏହି ସମୟରେ ସମାଜ ପାଇଁ କିଛି କର୍ମ କରି ଉଦାହରଣ ପାଲଟେ ତେବେ ଏହା ଅତି ସୁନ୍ଦର ଓ ସୁଉଚ୍ଚ ଚିନ୍ତାଧାରା ବୋଲି ଗୁରୁଜନମାନେ ମତ ଦିଅନ୍ତି । ଆଜି ଏହିଭଳି କିଛି କାମ ଦେଖୁବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲାର କନ୍ତିଆ ଗ୍ରାମର ରାଜେଶ ବାରିକ ଓ ଭାଦ୍ରବି ବାରିକଙ୍କ ବିବାହର ପ୍ରଥମ ବାର୍ଷିକ ଉତ୍ସବରେ । ଦମ୍ପତି ଦୁହେଁ ପ୍ରଥମେ ଗ୍ରୀଷ୍ମପ୍ରବାହରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂର କରିବାକୁ ରକ୍ତଦାନ କରିଥିଲେ । ଏହାପରେ ଗ୍ରୀଷ୍ମଋତୁରେ ମଣିଷ ଶାନ୍ତିରେ ଜୀବନ ବିତାଇବା ପାଇଁ ବିକଳ୍ପ କେବଳ ଗଛ ଏହାର ଉପାଦେୟତା ବୋଲି ବୁଝି ବୃକ୍ଷରୋପଣ କରିଥିଲେ । ଏହାସହିତ ଶ୍ରୀ ବାରିକ ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ ଟ୍ରଷ୍ଟର ସେବା କାର୍ଯ୍ୟ ପାଇଁ କିଛି ଆର୍ଥିକ ଅନୁଦାନ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କୁ ପ୍ରଦାନ କରିଥିଲେ । ଆଜିର ଏହି ଗ୍ରୀଷ୍ମକାଳୀନ ସେବାକାର୍ଯ୍ୟରେ ସହଯୋଗୀ ଥୂବା ଅଧ୍ୟାପକ ପ୍ରମୋଦ ମହାନ୍ତିଙ୍କ ମତରେ ଯଦି ଆମେ ଏ.ସି. ବଦଳରେ ବୃକ୍ଷକୁ ବିକଳ୍ପ ବାଛିନେବା ତେବେ ଆମ ପରିବେଶ ସୁଧୁରିଯିବ, ଯାହା ଆଜି ଏହି ଦମ୍ପତି କହିଛନ୍ତି । ଆଜିର କାର୍ଯକ୍ରମରେ ଉପସ୍ଥିତ ଥ‌ିବା ବ୍ୟକ୍ତିମାନେ ହେଲେ ଆଇନଜୀବୀ ନଳିନୀକାନ୍ତ ବେହେରା, କାଳନ୍ଦୀ ମଲ୍ଲିକ, ମନୋଜ କୁମାର ରାଉତ, ପ୍ରମୋଦ କୁମାର ମହାନ୍ତି, ସୁବାସ ସ୍ବାଇଁ, ବାସନ୍ତୀ ମହାପାତ୍ର, ବୈଭବ ମହାନ୍ତି, ମୈତ୍ରୀ ସାମଲ, ମମତା ମହାନ୍ତି, ଶୁକଦେବ ମଲ୍ଲ ଓ ଆଜିର କାର୍ଯକ୍ରମର ମୁଖ୍ୟ ଆକର୍ଷଣ ସମାଜ ସଂସ୍କାରକ ଦମ୍ପତି ରାଜେଶ କୁମାର ବାରିକ ଓ ଭାଦ୍ରବି ବାରିକ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତ ଅବସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

କୋରାପୁଟ ଜିଲ୍ଲା ସିମିଳିଗୁଡା ରେ FIDR ସଂସ୍ଥା ପକ୍ଷରୁ ତୃତୀୟ ରାଉଣ୍ଡ ଟେବୁଲ୍ ବୈଠକ

masiha

Leave a Comment

error: Content is protected !!