ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲଙ୍କ ଦାୟିତ୍ୱ ଗ୍ରହଣ

ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲଙ୍କ ଦାୟିତ୍ୱ ଗ୍ରହଣ

ଜଳେଶ୍ଵର,୫/୬-(ମନିସ)- ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିବା ଜଳେଶ୍ଵର ଅଞ୍ଚଳର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପିଏମ୍ ଶ୍ରୀ ଜଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନବନିଯୁକ୍ତ ସିନିୟର ମାଧ୍ୟମିକ ଶିକ୍ଷା ସେବାର ପ୍ରଧାନଶିକ୍ଷକ ରୂପେ ସୁବ୍ରତ କୁମାର ଘୋଷାଲ ଦାୟିତ୍ବ ଗ୍ରହଣ କରିଛନ୍ତି।ଏହି ଅବସରରେ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ପାଇଁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୂର୍ଯ୍ୟକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜୟନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବନିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ଘୋଷାଲଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେହିପରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅର୍ଜ୍ଜୁନ ଚରଣ ଜେନା,ନିତ୍ୟନାରାୟଣ ଜେନା, ସୁଶ୍ରୀ ମମତା ଜେନା, ସୁଶ୍ରୀ ଅମ୍ରିତା ଗିରି, ସୁଶ୍ରୀ ସନ୍ତୋଷିନୀ ଗିରି, ସୁଶ୍ରୀ ସଂଯୁଲତା ମଣ୍ଡଳ, ମନୋଜ କୁମାର ପାଣି, କୌଶିକ କୁମାର ପାତ୍ର,କନିଷ୍ଠ କିରାଣୀ ଅଶୋକ କୁମାର ଦାସ, ଶିକ୍ଷା କର୍ମଚାରୀ ଶାନ୍ତନୁ କୁମାର ଦାସ, ସଞ୍ଜୟ ମହାକୁଡ଼ ଓ ପରିତୋଷ ବାନାର୍ଜୀ ଉପସ୍ଥିତ ଥିଲେ।ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ନବନିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ସୁବ୍ରତ କୁମାର ଘୋଷାଲଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ଏବଂ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ।ଶେଷରେ ବିଦ୍ୟାଳୟର ଶିକ୍ଷକ ରାଜେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଠାରେ ସୂଚନା ଯୋଗ୍ୟ ନୂତନ ଭାବେ ଯୋଗ ଦେଇଥିବା ଶ୍ରୀ ଘୋଷଲ ନିଜେ ଉକ୍ତ ବିଦ୍ୟାଳୟରେ ସହକାରୀ ଶିକ୍ଷକ ରୂପେ (୨୦୧୧-୧୩) ଦୁଇ ବର୍ଷ ଧରି କାର୍ଯ୍ୟ କରିଥିବା ବେଳେ ତାଙ୍କ ପିତା ସ୍ୱର୍ଗତ ଗୁନିନ୍ଦ୍ର ନାଥ ଘୋଷାଲ ଉକ୍ତ ବିଦ୍ୟାଳୟରେ ୩୬ ବର୍ଷ ଧରି ଏନ୍.ସି.ସି ଓ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ।ସେହିପରି ପ୍ରସନ୍ନ କୁମାର ପାଳ ସ୍ମୃତି କମିଟି ସଭାପତି ମିହିର କୁମାର ନନ୍ଦୀ,କାର୍ଯ୍ୟକାରୀ ସଭାପତି ସୁକୁମାର ରଣା,ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଳ,ସହ ସମ୍ପାଦକ ଡ.ଅଜିତ୍ କୁମାର ମହାନ୍ତି, କୋଷାଧକ୍ଷ ଜ୍ୟୋତିର୍ମୟାନନ୍ଦ ପାଳ,କାର୍ଯ୍ୟକାରିଣୀ ସଭ୍ୟା ଆରତୀ ଦାସ ନବ ନିଯୁକ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଘୋଷଲଙ୍କୁ ସ୍ଵାଗତ ଓ ଅଭିନନ୍ଦନ ଜଣାଇଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଜ଼ିଲ୍ଲା ସ୍ତରୀୟ ମିର୍ଦ୍ଧା ସମାଜ ର ବୈଠକ

Sunil Chandra Nayak

ବାରିସା ଙ୍କୁ ସରକାରୀ ସହାୟତା ମିଳିବ କେବେ?

Sunil Chandra Nayak

ଜମ୍ବେଶ୍ଵର ଡିଗ୍ରୀ ମହାବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!