ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ଜଳେଶ୍ଵର,୫/୬-(ମନିସ)- – ଜଳେଶ୍ବର ପୌର ପରିଷଦ ଅନ୍ତର୍ଗତ ୧୪ ନମ୍ବର ଓ୍ବାର୍ଡ ଚୁଡ଼ାମଣିପୁର ଗ୍ରାମର ଶତାୟୁ ପୁରୁଷ (୧୦୮ ବର୍ଷ) ମହେନ୍ଦ୍ର ସାମଲଙ୍କୁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ଡକ୍ଟର ରମାକାନ୍ତ ଭଞ୍ଜଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ତରଫରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଅଛି। ୧୦୮ବର୍ଷରେ ପଦାର୍ପଣ କରି ଥିଲେବି ସୁସ୍ଥ ଭାବେ ଉପବେଶନ କରିଥିବା ଶତାୟୁ ପୁରୁଷ ଶ୍ରୀ ସାମଲଙ୍କୁ ଭେଟି କଥାବାର୍ତ୍ତା କରିବାର ସୁଯୋଗ ଲାଭ କରି ବରିଷ୍ଠ ନାଗରିକ ମଞ୍ଚର ପ୍ରତିନିଧିଦଳ ବେଶ୍ ଆନନ୍ଦିତ ହୋଇଥିଲେ । ମଞ୍ଚର ପ୍ରତିନିଧିଦଳ ପକ୍ଷରୁ ଶ୍ରୀ ସାମଲଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇ ଥିଲା। ପ୍ରତିନିଧିଦଳରେ ଅନ୍ଯ ମାନଙ୍କ ମଧ୍ଯରେ ଉକ୍ତ ଗ୍ରାମ ନିବାସୀ ବରିଷ୍ଠ ସଦସ୍ଯ ଦିଲ୍ଲୀପ କୁମାର ଗିରି, ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, କାର୍ଯ୍ଯକାରୀ ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ଉପ ସଭାପତି କପିଳେଶ୍ଵର ମହାନ୍ତି,ସହ ସମ୍ପାଦକ ଶ୍ରୀମନ୍ତ କୁମାର ଘୋଷ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବଡଦିନ ପାଳିତ

Sunil Chandra Nayak

ଅପରେସନ ସିନ୍ଦୂର ର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

ପଦ୍ମ ଶ୍ରୀ କମଳା ପୂଜାରୀଙ୍କ ପରଲୋକ 

masiha

Leave a Comment

error: Content is protected !!