ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଲେଟ ମିଶନ ହେଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା….. ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

ମିଲେଟ ମିଶନ ହେଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା….. ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

ପୂର୍ବ ସରକାର ସମୟରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ମିଲେଟ ମିଶନ ଯୋଜନା ଆରମ୍ଭ କରିଥିଲେ। ରାଜ୍ୟ ସରକାର ପଟ୍ଟ ପରିବର୍ତ୍ତନ ହେବାପରେ ମିଲେଟ ମିଶନ ନାଁ ପରିବର୍ତ୍ତନ ହୋଇ ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ରୂପାନ୍ତରିତ ହୋଇଛି।ଏହି ଯୋଜନା ରେ ରାଜ୍ୟର ପ୍ରତି ବ୍ଲକ ରେ ମାଣ୍ଡିଆ ଚାଷ କୁ ପ୍ରୋତ୍ସାହନ କରିବା ପାଇଁ ଚାଷି ଙ୍କୁ ମାଣ୍ଡିଆ ଚାଷ ର ଉପାଦେୟତା ଓ ମାଣ୍ଡିଆ ରେ ରହିଥିବା ଗୁଣବତ୍ତା ସମ୍ପର୍କରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବ୍ଲକ କୃଷି ବିଭାଗ ଦ୍ୱାରା ଏହି ଯୋଜନା କୁ ବିଭିନ୍ନ ଏନଜିଓ ସଂସ୍ଥା କୁ ନିୟୋଜିତ କରାଯାଇଛି। କୋକସରା ବ୍ଲକ ରେ ଦ ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା କୁ ମାଣ୍ଡିଆ ଚାଷ କରିବା ପାଇଁ ବ୍ଲକ ର ଚାଷି ଙ୍କୁ ସଚେତନ ଓ ଚାଷ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା, ବଜାର ବ୍ୟବସ୍ଥା ଦାଇତ୍ୱ ଦିଆଯାଇଛି। ଚଳିତ ୨୫/୨୬ ରବି ଋତୁ ମାଣ୍ଡିଆ ଚାଷ ପାଇଁ ବ୍ଲକ ର ବଡ଼ ପୋଡ଼ାଗୁଡା,ଗୋତମୁଣ୍ଡା, ମହିମା, କାଉଡୋଳା ଓ ଆମପାଣି ପଞ୍ଚାୟତ ରେ ୧୫ ହେକ୍ଟର ଚାଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଥିବା ବେଳେ ୫ ପଞ୍ଚାୟତ ର ୨୨ ଚାଷି ୮ ହେକ୍ଟର ଜମି ରେ ମାଣ୍ଡିଆ ଚାଷ କରିଥିବା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଶୁକ୍ରବାର ଆମପାଣି ପଞ୍ଚାୟତ ଭାଳିଆଯୋର ଗ୍ରାମ ର ଚାଷି ବନସିଂ ଧଙ୍ଗଡା ମାଝୀ ଙ୍କ ମାଣ୍ଡିଆ ଚାଷଜମି ରେ ସଂସ୍ଥା ପକ୍ଷରୁ କ୍ରପ କଟିଂ କରାଯାଇଛି। ଏହି ପରିପ୍ରେକ୍ଷୀରେ ସଂସ୍ଥା ର ବିପିସି ସୁରେନ୍ଦ୍ର ଜୁଏଡ଼, ସିଆରପି ଗୋକୁଳ ଧଙ୍ଗଡା ମାଝୀ, ସୁଶିଲ ଭାଟି, ହେମାଙ୍ଗିନି ହଂସ, ସିଇଓ ଆଭାସ ରଞ୍ଜନ ପାଟ୍ଟଯୋଶୀ ସମେତ ଚାଷୀମାନେ ଉପସ୍ଥିତ ରହିଥିଲେ।

ହ୍ୟୁମାନ ଡେଭଲପମେଣ୍ଟ ସଂସ୍ଥା ମାଣ୍ଡିଆ ଚାଷ କରିବା ପାଇଁ ଚାଷୀ ଙ୍କୁ ସଚେତନ ଓ ଚାଷ ପାଇଁ ପ୍ରୋତ୍ସାହିତ କରୁଥିବା ବେଳେ ଜୟ କୋକସରା ଅର୍ଗାନିକ ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ବଜାର ବ୍ୟବସ୍ଥା ପାଇଁ ବ୍ଲକ ରେ ନିୟୋଜିତ ରହିଛନ୍ତି।ମାଣ୍ଡିଆ ଚାଷ କରି ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇ ପାରିଥିବା ନେଇ ମାଣ୍ଡିଆ ଚାଷ କରିଥିବା ଚାଷି ମାନେ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

 

Related posts

ମଥାନୀ ନିକଟରେ ବାଇକରୁ ଖସିପଡି ଚାଳକ ଆହତ :ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ବିମ୍ବୋଷ୍ଠୀ ଦେବୀଙ୍କ ଶୋକସଭା 

Sunil Chandra Nayak

ଟ୍ରାକ୍ଟର ଦୁର୍ଘଟଣା ରେ ଡ୍ରାଇଭର ମୃତ

Sunil Chandra Nayak

Leave a Comment

error: Content is protected !!