ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭିତର ଚନ୍ଦନଯାତ୍ରା ରେ ମହାପ୍ରଭୁ ଙ୍କ ଜଳକ୍ରୀଡା 

ଭିତର ଚନ୍ଦନଯାତ୍ରା ରେ ମହାପ୍ରଭୁ ଙ୍କ ଜଳକ୍ରୀଡା 

ଢେଙ୍କାନାଳ (ମନିସ)23/5/25 — ପ୍ରଭୁଙ୍କୁ ସକାଳ ଧୂପ ବଢ଼ି ଭୋଗ ମଣ୍ଡପ, ଚନ୍ଦନ ଲାଗି ଓ ଚନ୍ଦନ ଲାଗି ବେଶ ବଢିଲେ ଶ୍ରୀ ମଦନମୋହନ ରତ୍ନସିଂହାସନକୁ ବିଜେ କରନ୍ତି।ଏହାପରେ ଜାତଭୋଗ ସମ୍ପନ୍ନ ହୁଏ। ପୂଜାପଣ୍ଡା ସେବକ ଶ୍ରୀ ମଦନମୋହନ ଓ ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦେବାପରେ ମହାଜନ ସେବକ ଦିଅଁଙ୍କୁ ମୁକ୍ତିମଣ୍ଡପ ନିକଟସ୍ଥ ପାଲିଙ୍କିରେ ବିଜେ କରାଇଥାନ୍ତି । ଏହାପରେ ବିମାନବଡୁ ସେବକ ଉକ୍ତ ପାଲିଙ୍କି କୁ ଜଳକ୍ରୀଡ଼ା ମଣ୍ଡପ କୁ ନେଇଥାନ୍ତି। ଏହି କୁଣ୍ଡରେ ସୁବାସିତ ପୁଷ୍ପ , କର୍ପୁର , ଚନ୍ଦନ ଆଦି ମିଶ୍ରିତ ହୋଇଥାଏ। ମହାଜନ ସେବକ ଉକ୍ତ କୁଣ୍ଡରେ ଦିଅଁ ଙ୍କୁ ବିଜେ କରାଇଥାନ୍ତି।ମଦନମୋହନ ଓ ଶ୍ରୀଦେବୀ ସମ୍ମୁଖୀକରଣ ଭଙ୍ଗୀରେ ପରସ୍ପରକୁ ମୁଖ କରି ବିଜେ ହୁଅନ୍ତି। ମୁଦିରସ୍ତ ପ୍ରସାଦ ଲାଗି ଓ ଚନ୍ଦନ ପାଣି ପିଚକାରୀ ନୀତି କରାନ୍ତି। ଦେବ ବିଗ୍ରହ ମାନେ ଜଳକୁଣ୍ଡରେ ଥିବା ସମୟରେ ପୂଜାପଣ୍ଡା ପଞ୍ଚ ଉପଚାର ରେ ଶୀତଳଭୋଗ କରିଥାନ୍ତି।ଦିଅଁ କୁଣ୍ଡରେ ବୁଡ଼ିଥିବା ସମୟରେ ମୁଦିରସ୍ତ ବନ୍ଦାପନା କରିଥାନ୍ତି।ତତ୍ପରେ ଶ୍ରୀଜୀଉମାନେ ଜଳରୁ ବାହାରି ଶ୍ରୀଅଙ୍ଗ ପୋଛିହୋଇ ମାଳ ଫୁଲ ଆଦି ରେ ବେଶ ହୁଅନ୍ତି।ଏହାପରେ ଦିଅଁ ବାହୁଡା ବିଜେ କରିଥାନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଲିଆପାଳ ରାଧା ମୋହନ ମନ୍ଦିରରେ ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଓ ହୋଲି ଉତ୍ସବ ପାଳିତ  

Sunil Chandra Nayak

ଗୋତୋମୁଣ୍ଡାରେ ନିଆରା ରଥଯାତ୍ରା, ଦେବାଦେବୀଙ୍କ ଲାଠିଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର

Sunil Chandra Nayak

ମାରୱାଡ଼ି ସମାଜ ତରଫରୁ ହନୁମାନ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!