ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼କ୍ଟର ମନୋଜ କୁମାର ବିଶ୍ୱାଳ ନିଟ  (NIT) ରାଉରକେଲା ରୁ ପାଇଲେ ପି ଏଚ୍ ଡି

ଢେ଼ଙ୍କାନାଳ (ମ ସୀ ହା)୨୫/୧୨ ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ପୁରୁଣା କୋଟ ଗ୍ରାମ ପଞ୍ଚାୟତ ର କଙ୍କାଳୁ ଗାଁର ଶ୍ରୀମତୀ ସୁମିତ୍ରା ବିଶ୍ଵାଳ ଏବଂ ଶ୍ରୀଯୁକ୍ତ ଗୌରହରୀ ବିଶ୍ୱାଳ ଙ୍କ ସୁପୁତ୍ର ଏବଂ ଶ୍ରୀଯୁକ୍ତ ଲୋକନାଥ_ବିଶ୍ୱାଳଙ୍କ ନାତି ଡକ୍ଟର ମନୋଜ National institute of technology( N I T) ରାଉରକେଲାରୁ Ph.D ପାଇବା ନିମିତ୍ତ ଯୋଗ୍ୟ ବିବେଚିତ ହୋଇଛନ୍ତି l ତାଙ୍କ ରଚିତ ସନ୍ଦର୍ଭ ` Analysis of Pedestrian level of service and capacity at various Transportation Facilities´ ପ୍ରଫେସର ବ୍ରିଆନ କାଲଫିଲଡ ୟୁନିଭେର୍ସିଟି ଅଫ ଡବଲୀନ , ଆୟାରଲାଣ୍ଡ ଏବଂ ପ୍ରଫେସର ସ୍ମୃତିସୌରଭ ମହାପାତ୍ର ଇଣ୍ଡିଆନ ଇନ୍ଷ୍ଟିଚୁଟ ଟେକ୍ନୋଲୋଜି( I S M ), ଧାନବାଦ ଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଛି l Ph.D ପୂର୍ବରୁ ଡ଼କ୍ଟର ମନୋଜ କୁମାର ବିଶ୍ୱାଳ N.I.T ରାଉରକେଲାରୁ M. Tech ମଧ୍ୟ କରିଥିଲେ. ବର୍ତମାନ ସୁଦ୍ଧା ଡକ୍ଟର ମନୋଜ ଅନେକ ଅନ୍ତର୍ଜାତୀୟ journal ପ୍ରକାଶିତ କରିବା ସହ ଏକାଧିକ ଅନ୍ତର୍ଜାତୀୟ ସମ୍ମିଳନୀ  ରେ ଯୋଗଦାନ କରିଛନ୍ତି.।

       ତାଙ୍କରି ଏହି ସଫଳତା ପାଇଁ ଡକ୍ଟର ମନୋଜ ତାଙ୍କ ପରିବାରର ସମସ୍ତ ସଦସ୍ୟ, ଗୁରୁଜନ, ସାଙ୍ଗସାଥି ଙ୍କୁ କୃତଜ୍ଞତା ଜଣାଇଛନ୍ତି ତତ୍ ସହ ବାବା ମାତଲେଶ୍ଵର ଙ୍କ ନିକଟ ରେ ଦୀର୍ଘ ଜୀବନ କାମନା କରିଛନ୍ତି l ଡକ୍ଟର ମନୋଜ ଙ୍କ ଏଭଳି ସଫଳତା ଆଣି ଆମ ଗାଁ, ରାଜ୍ୟ ତଥା ଦେଶକୁ ଗୌରବାନ୍ବିତ କରୁଅଛି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ଏଆଇ-ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ଦ୍ବାରା ଟ୍ରେନ୍-ହାତୀ ଦୁର୍ଘଟନା ରୋକିବାର ସଫଳ ରୂପାୟନ

Sunil Chandra Nayak

ଗ୍ରାମାଞ୍ଚଳରେ ସ୍ୱଛତା ମିଶନ ଏବେ ଅବ୍ୟବସ୍ଥା ରେ ପରିଣତ, ରାସ୍ତାକଡ଼ ପାଲଟିଛି ମୁଜ୍ତାକାଶ ଶୌଚାଳୟ 

masiha

୩ ଦିନିଆ ରାଜ୍ୟସ୍ତରୀୟ ୭୨ତମ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା–୨୦୨୬ ଉଦ୍‌ଘାଟିତ

Sunil Chandra Nayak

Leave a Comment

error: Content is protected !!