ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଜପେୟୀ ଙ୍କ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି -( ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଜେପି କାର୍ଯାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ବର୍ଗତ ଅଟଳବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳିତ ହୋଇଛି I ଚନ୍ଦାହାଣ୍ଡି ମଣ୍ଡଳ ସଭାପତି ପ୍ରତାପ ବାଘ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାୟଗଡା ପ୍ରଭାରୀ ଗୋବିନ୍ଦ କୁମାର ଜୈନ ଯୋଗ ଦେଇ ବାଜପେୟୀ ଙ୍କ ଆଦର୍ଶ ଓ ଜୀବନୀ ଉପରେ ଆଲୋକପାତ କରିଥିଲେ I  ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଦିଲୀପ ଦାସ ଯୋଗଦେଇ ସୁଶାସନ ଦିବସ ଉପରେ ନିଜର ମତ ରଖିଥିଲେ I କାର୍ଯ୍ୟକ୍ରମ ରେ ବିଜେପି ନେତା ପୌରୁଷ ମାଝୀ, ସୁବଳ ବାଘ, ବିଭୁଦତ୍ତ ଦାଣ୍ଡିଆ, ନିରଞ୍ଜନ ନାଗେଶ, ସୁନ୍ଦର ଲାଲ ନେତାମ, ଗୁଞ୍ଚୁ ପୂଜାରୀ, ତିଳଚନ ବାଘ, କୁଞ୍ଜ ଭୈସାଲ ପ୍ରମୁଖ ଉପସ୍ଥିତ ଥିଲେ I ଏହାପରେ ସମସ୍ତ ବିଜେପି କାର୍ଯକର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ମନ କି ବାତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ବିଧାୟକ ପ୍ରାର୍ଥିନୀ

masiha

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

ରାଜନଗର ଵିଜେପି ପକ୍ଷରୁ ସ୍ବାଧୀନତା ଦିବସ ପାଇଁ ଵିଶାଳ ତ୍ରୀରଙ୍ଗା ଶୋଭାଯାତ୍ର

masiha

Leave a Comment

error: Content is protected !!