ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ

ଡାଳଗୁମା // କୋକସରା ବ୍ଲକ ଅନ୍ତର୍ଗତ ଡାଳଗୁମା ସ୍ଥିତ ବଡ଼ଭଟା ଖେଳପଡିଆ ଠାରେ ଲଙ୍କେଶ୍ୱରି ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରତିଯୋଗିତା ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଯୋଗିନ୍ଦ୍ର ପଟ୍ଟନାୟକ , ସମିତି ସଭ୍ୟ ଚିନ୍ତାମଣି ଚଣ୍ଡୀ ,  ବରିଷ୍ଟ କଂଗ୍ରେସ ନେତା  ମହେନ୍ଦ୍ର ଧରୁଆ , ସମାଜ ସେବୀ  କେତୁ ମାଝୀ କ୍ଳବ୍ ସଭାପତି ପ୍ରଫୁଲ୍ଲ ଚଣ୍ଡୀ ,  ସମ୍ପାଦକ ପବିତ୍ର ନାଗ ,   କାହ୍ନୁ ଧରୁଆ , ପୀତବାସ ପଟ୍ଟନାୟକ , ଦିବ୍ୟ ପଟ୍ଟନାୟକ , ଙ୍କ ସମେତ ରେଫରି ଚିତ ଠାକୁର , ଯଶୋବନ୍ତ ଶବର ପ୍ରମୁଖ ସହଯୋଗ କରିଥିଲେ। ଆଜି ଅନୁଷ୍ଟିତ ପ୍ରଥମ ଖେଳ ଚିକିଲି ଓ ଡାଳଗୁମା ମଧ୍ୟରେ  ଏକ ସଂଘର୍ଷ ମୟ ପ୍ରତିଯୋଗିତା   ହୋଇଥିଲା ଏବଂ ଶେଷରେ ଏଥିରେ ଚିକିଲୀ ଦଳ ବିଜୟ ହାସିଲ କରିଥିଲେ l ଏହି ଖେଳ ପ୍ରତିଯୋଗିତା ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଟିତ ହେବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

ଡାଳଗୁମା ରୁ ମହେନ୍ଦ୍ର ଧାରୁଆ ଙ୍କ ରିପୋର୍ଟ 

Related posts

ନାଗଭଣରେ 24 ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ବିଶ୍ୱନାଥପୁର ଫୁଟବଲ ପ୍ରତିଯୋଗିତା ଉଦଯାପିତ  ଡୁକୁମ ଦଳକୁ ୩-୨ରେ ହରାଇ ବିଶ୍ୱନାଥପୁର ଚମ୍ପିୟାନ

Sunil Chandra Nayak

କମଣ୍ଡରେ ପ୍ରଥମ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!