ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥିନୀ 

ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥିନୀ 

ଖଇରା,୨୮/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରପୁର ଠାରେ ବିଜୁ ଜନତା ଦଳର କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ସାକ୍ଷାତ କଲେ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ଏବଂ ରାଜନେତା ତଥା ସମାଜସେବୀ ଶଶୀ କୁମାର ସାହୁ ଓରଫ ଶଶୀ ନନା । କିଛି ସମୟ ଗ୍ରାମବାସୀ ମାନଙ୍କ ସହିତ ବର୍ତ୍ତାଳାପ କରିବା ପରେ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପ୍ରଥମ କରି ବିଧାୟକ ପ୍ରାର୍ଥିନୀ ହୋଇଥିବାରୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ନିର୍ବାଚନରେ ଜିତିଲା ପରେ ନିଶ୍ଚୟ ନିଶ୍ଚୟ ଗ୍ରାମର ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥିନୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ସମସ୍ତେ ଖୁସି ହୋଇ ସହଯୋଗ କରିବେ ବୋଲି କହିଥିଲେ । ପ୍ରାର୍ଥିନୀ ଓ ତାଙ୍କ ସ୍ବାମୀ ସମାଜସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋକସରାରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

masiha

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ମହାମିଶ୍ରଣ ଚିକିଟି ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି,କଂଗ୍ରେସ ଦଳ ତ୍ୟାଗ କରି ଶହ ଶହ ଯୁବକ,ଛାତ୍ର,ଜନସାଧାରଣ ବି ଜେ ପି ରେ ଯୋଗ ଦେଲେ

Sunil Chandra Nayak

Leave a Comment

error: Content is protected !!