ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥିନୀ 

ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥିନୀ 

ଖଇରା,୨୮/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରପୁର ଠାରେ ବିଜୁ ଜନତା ଦଳର କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ସାକ୍ଷାତ କଲେ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀନୀ ସୁବାସିନୀ ସାହୁ ଏବଂ ରାଜନେତା ତଥା ସମାଜସେବୀ ଶଶୀ କୁମାର ସାହୁ ଓରଫ ଶଶୀ ନନା । କିଛି ସମୟ ଗ୍ରାମବାସୀ ମାନଙ୍କ ସହିତ ବର୍ତ୍ତାଳାପ କରିବା ପରେ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପ୍ରଥମ କରି ବିଧାୟକ ପ୍ରାର୍ଥିନୀ ହୋଇଥିବାରୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ନିର୍ବାଚନରେ ଜିତିଲା ପରେ ନିଶ୍ଚୟ ନିଶ୍ଚୟ ଗ୍ରାମର ସମସ୍ୟା ପ୍ରତି ଗୁରୁତ୍ୱ ଦେବେ ବୋଲି ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରାର୍ଥିନୀଙ୍କ ଠାରୁ ପ୍ରତିଶ୍ରୁତି ପାଇ ସମସ୍ତେ ଖୁସି ହୋଇ ସହଯୋଗ କରିବେ ବୋଲି କହିଥିଲେ । ପ୍ରାର୍ଥିନୀ ଓ ତାଙ୍କ ସ୍ବାମୀ ସମାଜସେବୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କଂଗ୍ରେସ କର୍ମୀ ସମ୍ମିଳନୀ ଓ ନିର୍ବାଚନ

Sunil Chandra Nayak

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

masiha

ନାରୀ ଓ ଶିଶୁ ନିର୍ଯାତନା ନ୍ୟାୟ ଦାବିରେ କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!