ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିଠାକୁଟୁଣୀ ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଚେତନତା ଶିବିର

ପିଠାକୁଟୁଣୀ ଗ୍ରାମରେ ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସଚେତନତା ଶିବିର

ମୟୂରଭଞ୍ଜ – ୨୮/୦୪ ( ମସିହା)ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସମିତି ଲିଃ ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ପିଠାକୁଟୁଣୀ ଗ୍ରାମରେ ଶନିବାର ଦିନ ଅପରାହ୍ନରେ ଏକ ସଚେତନା ଶିବିର ଵିଜାତଳା ବ୍ଳକ ବ୍ଯବସ୍ଥାପକ ନାରାୟଣ ମାମାଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆସିଷ୍ଟାଣ୍ଟ ସିଇଓ ଶ୍ରୀମତୀ ସୁଷମା ସରୋଜିନୀ ଟେଟେ ଯୋଗ ଦେଇ ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କୁ ଅନୁଷ୍ଠାନ ର ଉଦେଶ୍ଯ ଓ ଗାଇଡ ଲାଇନ ଉପରେ ଆଲୋକପାତ କରିଥିଲେ ।ଓଡ଼ିଶାରେ ଦାଦନ ଶ୍ରମିକ ମାନଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି । ସମାଜ ନିର୍ମାଣରେ ଶ୍ରମିକ ମାନଙ୍କର ଅବଦାନ ଅନନ୍ୟ ଓ ଅବର୍ଣ୍ଣନୀୟ ।ହେଲେ ସ୍ବାଧୀନତା ର ଦିର୍ଘ ବର୍ଷ ପରେ ବର୍ଷ ଅତିକ୍ରାନ୍ତ ହେଲେ ମଧ୍ୟ ଶ୍ରମିକ ମାନଙ୍କର ଜୀବନ ଧାରଣ ଅତ୍ୟନ୍ତ ଦୁଃଖଦାୟକ ।ପେଟ ଚାଖଣ୍ଡେ ଓ ପରିବାରର ବୃଦ୍ଧ ବାପା ଓ ଛୁଆ ପିଲାଙ୍କ ମାନଙ୍କ ଦୁଃଖ ଅପ୍ରମିତ ।ବାଧ୍ୟ ହୋଇ ବାହାରି ରାଜ୍ୟକୁ ଦାଦନ ଖଟିବାକୁ ପଳାଉଛନ୍ତି।ଖଟିଖିଆ ମେହନତି ଶ୍ରମିକ ଏବଂ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବୃଦ୍ଧି କରାଇବା, ସେମାନଙ୍କ ଅଂଚଳର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ ସୁବିଧା କରାଇବା ରିହାତି ଦରରେ ଅତ୍ୟାବଶ୍ୟକ ‌ସାମଗ୍ରୀ ଯଥା ପୋଷାକ,ଖାଉଟି,ରେସନ,ଆସଵାଵାପତ୍ର ଯୋଗାଣ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭରଣପୋଷଣ ପାଇଁ ସେମାନଙ୍କୁ ସକ୍ଷମ ଓ ସହଯୋଗ କରିବା ଓ ସାମାଜିକ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ସେଥିପାଇଁ ସମସ୍ତଙ୍କୁ ଏହି ସମବାୟ ସମିତିର ଗାଇଡ ଲାଇନ ଅନୁସାରେ ମାତ୍ର ୨୫୦ ଟଙ୍କା ଦେଇ ଅଫିସ ଦାୟିତ୍ଵରେ ଥିବା କର୍ମଚାରୀଙ୍କୁ ନାମ ପଂଜିକୃତ କରିବାକୁ ପଡ଼ିବ ବୋଲି କହିଥିଲେ ।ଏହା ସଂପୂର୍ଣ୍ଣ ସରକାରଙ୍କ ଦ୍ଵାରା ସମବାୟ ଆଇନ ଦ୍ଵାରା ପଂଜିକୃତ ଅନୁଷ୍ଠାନ । ଏହି କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀ ଯୋଗ ଦେଇ ସଂସ୍ଥାର ଉଦେଶ୍ୟ ଏବଂ ନିୟମ ଉପରେ ସଚେତନ ହେବା ସହ ନିଜର ନାମ ପଂଜିକୃତ କରିବେ ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମରେ ଆଂଚଳିକ ଜିଲ୍ଲା ଅଧିକାରୀ କୁନୁ ମାହାଲି,ଵିଜାତଳା ବ୍ଳକ ମେନେଜର ନାରାୟଣ ମାହାଲି,ଏବିଏମ ଲାଲମୋହନ ମାହାଲି,ପିଆଇଓ ରିମାରାଣୀ ମହାନ୍ତ, ରାଇରଙ୍ଗପୁର ବ୍ଳକ ମେନେଜର ଜୟା ଗୁପ୍ତା ପ୍ରମୁଖ ଯୋଗ ପରିଚାଳନାରେ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସ୍ଵାମୀ ବିବେକାନନ୍ଦଙ୍କ ଉଠ ଜାଗ ଅମୃତ ମହୋତ୍ସବ ପରିକ୍ରମା ରଥକୁ ସ୍ଵାଗତ

Sunil Chandra Nayak

ଇଶ୍ବରୀୟ ବିଶ୍ବବିଦ୍ୟାଳୟର ପ୍ରଥମ ମୁଖ୍ୟ ପ୍ରଶାସିକା ମlତେଶ୍ୱରୀ ଜଗଦମ୍ବା ସରସ୍ଵତୀଙ୍କ ୬୧ ତମ ଅବ୍ୟକ୍ତ ସ୍ମୃତି ଦିବସ 

Sunil Chandra Nayak

ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!