ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

  ମୟୂରଭଞ୍ଜ- ୨୪/୦୩ ( ମସିହା) ପୂର୍ବରୁ ଯକ୍ଷ୍ମା ରୋଗ ହେଲେ ଏଥିରୁ ମୁକ୍ତି ପାଇବା ବା ଆରୋଗ୍ୟ ହେବା ଅତ୍ୟନ୍ତ କଷ୍ଟକର ବୋଲି ଜନସାଧାରଣରେ ଏକ ପ୍ରକାରର ବିଶ୍ୱାସ ରହିଥିଲା l ମାତ୍ର ଆଧୁନିକ ଯୁଗରେ ସମସ୍ତ ପ୍ରକାରର ଦୁରାରୋଗର ଚିକିତ୍ସା ପଦ୍ଧତି ସହିତ ଏହାର ଔଷଧ ମଧ୍ୟ ବାହାରି ସାରିଲାଣି l ଦେଖିବାକୁ ଗଲେ ସମସ୍ତ ପ୍ରକାରର ରୋଗ ପ୍ରତିରୋଧ ପାଇଁ ଔଷଧ ସମସ୍ତ ଚିକିତ୍ସାଳୟଗୁଡିକରେ ମିଳୁଅଛି l ବିଜାତଳା ବ୍ଲକର ଲୁହାଶିଳାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ବିଦ୍ୟାଳୟ ପରିସରରେ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି l ଯକ୍ଷ୍ମା ରୋଗର ଚି଼ହ୍ନଟ ସହିତ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲାl l ଏଥିରେ ଗଣେଶ୍ଵର ହାଁସଦା, ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସେମାନଙ୍କର ବକ୍ତବ୍ୟ ରଖିଥିଲେ l ଯକ୍ଷ୍ମା ରୋଗର ଚି଼ହ୍ନଟ ସହିତ ଏହାର ନିରାକରଣ ସମ୍ପର୍କରେ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଅବଗତ କରାଯାଇଥିଲା l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

“ଆମେ ଓଡିଆ”ର ଅକ୍ଷୟ ତୃତୀୟା ପାଳନ ଓ କାର୍ଯ୍ୟକାରୀ କମିଟି ବୈଠକ

masiha

ପେନସନ୍ ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ସୁବିଧା ପାଇଁ ଏସବିଆଇ ତରଫରୁ ଏକ ସ୍ବତନ୍ତ୍ର କାଉଣ୍ଟର ବ୍ୟବସ୍ଥା

masiha

Leave a Comment

error: Content is protected !!