ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ଯାୟନ କେନ୍ଦ୍ର

ବାଲିଗୁଡା, ତା, ୧୧/୦୪: (ମନିସ): ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ପରିସରରେ +୨ ବିଜ୍ଞାନ,ବାଣିଜ୍ଯ ବିଭାଗର ଅନଲାଇନ ମୂଲ୍ଯାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନି ବର୍ଷ ହେବ ଅଫଲାଇନ ରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି l ମହାବିଦ୍ୟାଳୟ ର ଅଧ୍ଯକ୍ଷ ଡ.ବିଭୁତି ଭୁଷଣ ଆଚାର୍ଯ୍ଯ ଉଭୟ ମୂଲ୍ଯାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ କାର୍ଯ୍ଯ ତୁଲାଉଛନ୍ତି l ଆଦିବାସୀ ଅଧୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ ଲାଇନ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି l ରାଜ୍ଯ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି l ଏହି ମୂଲ୍ୟାୟନ ର ପ୍ରଥମ ପର୍ଯ୍ଯାୟ ଅପ୍ରେଲ ୨ତାରିଖ ରୁ ଆରମ୍ଭ ହୋଇ ୧୩ ତାରିଖ ରେ ସରିବାକୁ ଥିବା ବେଳେ ଏହାର ଦ୍ୱିତୀୟ ପର୍ଯ୍ଯାୟ ୧୫ ଅପ୍ରେଲରେ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ : ବ୍ଲକ ଗ୍ରାଣ୍ଟ ହେବା ପରେ ବି ପରିଚାଳନା ରେ ଅସଂଗତି 

Sunil Chandra Nayak

ବନୀକରଣରେ ଦୁର୍ନୀତି ଅଭିଯୋଗ, ସପ୍ତାହେ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ , ଦୋଷ ଲୁଚାଇବାକୁ ଚାଲିଛି ଗଳାବାଟ ଖୋଜା

masiha

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ 

Sunil Chandra Nayak

Leave a Comment

error: Content is protected !!