ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର, 11/4 : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ଜିଲ୍ଲା ବୋର୍ଡ ସଦସ୍ୟ ରାମଚନ୍ଦ୍ର ମିଶ୍ରଙ୍କ 38ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ଇଂ. ଗିରିଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରଥମେ ଆଡ଼ଭୋକେଟ୍‌‍ ଶିବ ପ୍ରସାଦ ମିଶ୍ର ସ୍ଵର୍ଗତ ମିଶ୍ରଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଯୋଗଦେଇ ଦେଶକୁ ସ୍ଵାଧୀନତା କରିବା ପାଇଁ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ରାମଚନ୍ଦ୍ରଙ୍କ ଭଳି ବହୁ ଲଢ଼ୁଆ ବ୍ୟକ୍ତି ଯେଉଁ କଷ୍ଟ ସ୍ଵୀକାର କରି ସ୍ଵାଧୀନତା ଆଣିଥିଲେ ତାହା ଆଜି ଜନସାଧାରଣଙ୍କ ମଧ୍ୟରେ ଶିଥିଳତା ପଡ଼ିଯାଇଛି । ଦେଶର ସାମ୍ୱିଧାନିକ ସଙ୍କଟ ଉକଟ ଭାବରେ ପହଞ୍ଚିଛି । ତାହା ଦେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟୋଗପତି ପ୍ରୀତି ମୋହନ ମହାପାତ୍ର, ରାମପ୍ରସାଦ ଦାଶ, ଦୀଲିପ କୁମାର ମିଶ୍ର, ଇଂ. ଅନିଲ କୁମାର ଆଚାର୍ଯ୍ୟ, ସୂର୍ଯ୍ୟ ନାରାୟଣ ମହାପାତ୍ର, ଆଡ଼ଭୋକେଟ ଲୋକନାଥ ପୂଜାରୀ, ଲକ୍ଷ୍ମୀ ଚରଣ ପଣ୍ଡା, ପାର୍ବତୀ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ମିଶ୍ରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ସ୍ମୃତିଚାରଣ କରିଥିଲେ ।

Related posts

ଦଳିତ ଅଧିକାର ମଞ୍ଚର ଜିଲ୍ଲା ସ୍ଥରୀୟ କର୍ମୀ ସମ୍ମିଳନୀ

Sunil Chandra Nayak

ଶ୍ରୀରାମ ମନ୍ଦିର ପୂଜାରୀ ଙ୍କ ହୃଦ୍ ଘାତ ରେ ପରଲୋକ 

ରାୟଗଡାରେ ପ୍ରଥମ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!