ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ଚେରଗାଁକୁ ଫେରିଲା ଦାଦନ ଶ୍ରମିକଙ୍କ ମୃତ ଦେହ

ଗୋଳାମୁଣ୍ଡା/ମସିହା/୧୨/୧/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି, ଗତକିଛି ଦିନ ତଳେ ରଙ୍ଗସାପଲି ପଞ୍ଚାୟତର କରମାଠ ଗ୍ରାମାର ନେତ୍ର ଯାନୀ ଙ୍କ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିଲା ବେଳେ ପୁଣି ଏବେ କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁ ଗ୍ରାମର ବାଟି ମହରାଙ୍କ ପୁଅ ଶିଶୁ ମହରାଙ୍କ ମୃତ ଦେହ ଘରକୁ ଫେରିଛି । ଏପଟେ ଗୋଳାମୁଣ୍ଡା ବ୍ଲକ ବିକାଶର ନାରା ଦେଉଥିଲା ବେଳେ ସେପଟେ ଦାଦନ ଶ୍ରମିକ ମାନେ ବିଦେଶରେ ବିନାଶ ହେଉଛନ୍ତି । ଗୋଳାମୁଣ୍ଡା ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଦାବି । ସୂଚନାରୁ ପ୍ରକାଶ ଯେ ଶିଶୁ ମହରା ଗତ ଦଶ ବର୍ଷ ପୂର୍ବରୁ ନିଜ ମାଆଙ୍କ ସହ ଝଗଡା ଲାଗି ଗୋଆକୁ ପଳାୟନ କରିଥିଲେ । ସେଠାରେ ଦୀର୍ଘଦିନ ଧରି ଶ୍ରମିକ ଭାବରେ କାମ କରୁଥିଲେ । ଗତ ମଙ୍ଗଳବାର ଦିନ ଗୋଆରୁ ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ମହାରାଷ୍ଟ୍ର ରାଜ୍ୟର ତୁମସର ରେଳ ଷ୍ଟେସନରେ ରେଳ ରାସ୍ତାରେ ପଡି ଯାଇଥିଲେ । ହଠାତ ଏକ ଟ୍ରେନ ଆସି ତାଙ୍କର ଗୋଡ଼ ଉପରେ ଚଢିଯାଇଥିଲା । ରେଳ ବିଭାଗ କର୍ମଚାରୀ ତାଙ୍କୁ ସ୍ଥାନୀୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ଶିଶୁ ମହରାଙ୍କ ମୃତ ଶରୀର ଆମ୍ବୁଲେନ୍ସ ଯୋଗେ ଗାଁକୁ ଫେରିଛି । ମୃତକର ପରିବାର ବର୍ଗଙ୍କୁ ସରକାରୀ ରେଡ଼କ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

ରାଇରଙ୍ଗପୁର ବ୍ଳକ! ଗୁହାଳଡାଙ୍ଗିରୀ ପଞ୍ଚାୟତରେ ହାତୀ ଉପଦ୍ରବ; ଗୃହ ଓ କ୍ଷେତ ନଷ୍ଟ

Sunil Chandra Nayak

ହୃଷିକେଶ ରାୟ ମହାବିଦ୍ୟାଳୟ ର ୩୭ତମ ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!