ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁରକ୍ଷିତ କି ଥାନା ଭିତରେ ପୋଲିସ କର୍ମଚାରୀ ?

ଅସୁରକ୍ଷିତ କି ଥାନା ଭିତରେ ପୋଲିସ କର୍ମଚାରୀ ?

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ରେ ହାବିଲଦାର ଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଥାନା ଭିତରେ କାର୍ଯ୍ୟରତ ହାବିଲଦାର ଗୁପ୍ତବାସ ମାଝି ଙ୍କ ଦାଦାଗିରି ଘଟଣା ଏବେ ସାରା ଅଞ୍ଚଳ ରେ ପ୍ରଘଟ ହୋଇଛି। ଯାହାକୁ ନେଇ ଏବେ ମୁରିବାହାଲ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ମୁରିବାହାଲ ଥାନା ରେ କାର୍ଯ୍ୟରତ କନଷ୍ଟେବଳ ରବିନ୍ଦ୍ର ନାଗ ଥାନା ଭିତରେ ଭୋଜନ କରୁଥିବା ସମୟରେ ହଠାତ୍ କୌଣସି କଥା କୁ ନେଇ ହାବିଲଦାର ଗୁପ୍ତବାସ ମାଝି ଆସି ତାଙ୍କୁ ଲଗାତାର ଭାବେ ଆକ୍ରମଣ କରିଥିଲେ। ଯାହାଫଳରେ କନଷ୍ଟେବଳ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ମୁରିବାହାଲ ଡାକ୍ତରଖାନା କୁ ଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସାପରେ ଟିଟିଲାଗଡ଼ ଡାକ୍ତରଖାନା କୁ ଚିକିତ୍ସା କରୁଥିବା ଡାକ୍ତର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ମଧ୍ୟ ଜଣାପଡିଛି। ଏନେଇ ଆକ୍ରମଣ ର ଶିକାର କନଷ୍ଟେବଳ ଜଣକ ମୁରିବାହାଲ ଥାନା ଅଧିକାରୀ ବୁଲୁ ମୁଣ୍ଡା ଙ୍କୁ ହାବିଲଦାର ଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରିଥିବା ନେଇ ବିଶେଷ ସୂତ୍ରରୁ ଜଣାପଡିଛି। ଅନ୍ୟପକ୍ଷରେ ହାବିଲଦାର ଗୁପ୍ତବାସ ମାଝି ମୁରିବାହାଲ ଥାନା ଅଞ୍ଚଳ ରେ ତାଙ୍କ ଗାଁ ରହିଥିବା ଯୋଗୁଁ ସେହିଭଲି ଭାବେ ଖୋଲମଖୋଲା ନିଜ ଅଞ୍ଚଳ ରେ ଦାଦାଗିରି କରୁଥିବା ଅଭିଯୋଗ ହେଉଛି। ପୂର୍ବରୁ ମଧ୍ୟ ହାବିଲଦାର ଙ୍କ ନାଁ ରେ ଅନେକ ଅଭିଯୋଗ ହୋଇ ଆସୁଛି କିନ୍ତୁ ମୁରିବାହାଲ ଥାନା ଅଧିକାରୀ ଙ୍କ ସେ ନିକଟତମ ଥିବା ରୁ ଯେତେ ଅଭିଯୋଗ ଆସିଲେ ମଧ୍ୟ ଘଟଣା କୁ ଚାପି ଦିଆଯାଉଥିବା ଅଭିଯୋଗ ହେଉଛି। ଏହି ମାରପିଟ୍ ସମ୍ପର୍କ ରେ ଥାନା ଅଧିକାରୀ ଙ୍କୁ ପଚାରିବାରୁ କୌଣସି ମାରପିଟ୍ ହୋଇନଥିବା କହି ସେ ଘଟଣା ଚାପି ଦେବାକୁ ଉଦ୍ୟମ କରି ତାଙ୍କ ନିକଟତମ ହାବିଲଦାର ଙ୍କୁ ଖସାଇ ଦେବାକୁ ଉଦ୍ୟମ କରୁଥିବା ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। କାହିଁକି ନାଁ ହାବିଲଦାର ଜଣକ କନଷ୍ଟେବଳ କୁ ଆକ୍ରମଣ କରିଥିବା ପ୍ରମାଣ ଦୈନିକ ସକାଳ ହାତରେ ଲାଗିଛି। ଘଟଣା କୁ ଥାନା ଅଧିକାରୀ ଚପାଇଦେବେ କିନ୍ତୁ ସତ୍ୟତା କୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ତେବେ ବାରମ୍ବାର ହାବିଲଦାର ଙ୍କ ଉପରେ ଥାନା ଅଧିକାରୀ ଙ୍କ ଏତେ ଅନୁପମ୍ପା କାହିଁକି ତାଦା ମଧ୍ୟ ତଦନ୍ତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଥାନା ଭିତରେ ଯଦି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ହେଉଛି ତେବେ ତାଙ୍କୁ ସୁରକ୍ଷା ଦେବାରେ ଥାନା ଅଧିକାରୀ ବିଫଳ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ତାଙ୍କ ଭୂମିକା ସନ୍ଦେହ ରହିଛି। ସେପଟେ ଜଣେ ସରକାରୀ କର୍ମଚାରୀ ଯିଏ ଆଇନ ଶୃଙ୍ଖଳା କୁ ନିଅତ୍ରଣ କରିବାକୁ ନିଯୁକ୍ତି ପାଇଁ ଥିବା ବେଳେ ସିଏ ଖୋଦ୍ ଆଇନ୍ ଉଲଘଂନ କରି ଥାନା ଭିତରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଙ୍କୁ ଆକ୍ରମଣ କରିବା ଘଟଣା କେତେ ଯୁକ୍ତିଯୁକ୍ତ ଅଟେ ?। ଯଦି ତାଙ୍କ କର୍ମଚାରୀ ଙ୍କ ଉପରେ ଏହିଭଲି ଆକ୍ରମଣ କରୁଛନ୍ତି ହାବିଲଦାର ଜଣକ ତେବେ ସାଧାରଣ ଲୋକଙ୍କ ପ୍ରତି ତାଙ୍କ ବ୍ୟବହାର କେଉଁ ପରି ରହିଛି ତାହା ଅନୁମାନ କରନ୍ତୁ। ଏହି ଘଟଣା ଉପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ସମ୍ବଲପୁର ଡିଆଇଜି ଏବଂ ବଲାଙ୍ଗୀର ଏସପି ନଜର ଦେଇ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ମୀନକେତନ ନିଆଲ ଙ୍କ ରିପୋର୍ଟ୍ 

Related posts

ଅଜଣା ପିକ୍ ଅପ ଗାଡି ଧକ୍କାରେ ବାଇକ୍ ଚାଳକ ଗୁରୁତର ଆରୋହୀ ଆହତ:ଉଦ୍ଧାର କଲେ ବିଜେପି କର୍ମୀ 

masiha

କୁମ୍ଭାରିପୁଟ ଗାଁର ଡିପଥେରିଆ ରୋଗରେ ଆକ୍ରାନ୍ତ ଶିଶୁର ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ,ଭୟରେ ଗ୍ରାମବାସି 

masiha

ବେଢ଼ାବନ୍ଧରେ ବୁଡି ପୁଣି ଜଣେ ମୃତ

masiha

Leave a Comment

error: Content is protected !!