ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଉପଖଣ୍ଡ ସାମ୍ବାଦିକଙ୍କ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର ରେ ଉପଖଣ୍ଡ ସାମ୍ବାଦିକଙ୍କ ତରଫରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

ରାଇରଙ୍ଗପୁର – ୧/୦୫ —  ଆଜି ମଇ ପହିଲା ।ସାରା ବିଶ୍ବରେ କୋଣେ ଅନୁକୋଣେ ବିଭିନ୍ନ ଶ୍ରମିକ ସଂଗଠନ ତଥା କଳକାରଖାନା,କ୍ଷେତ ମଜଜଦୁର,କୋଠାବାଡି ଶ୍ରମିକ,ପରିବହନ ଶ୍ରମିକ,ସାମ୍ବାଦିକ ସଂଗଠନ ତରଫରୁ ବିଶ୍ବ ଶ୍ରମିକ ପାଳନ କରାଯାଉଛି ।ଆଜି ରାଇରଙ୍ଗପୁରର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ବାମନଘାଟୀ ଉପଖଣ୍ଡ ସାମ୍ବାଦିକଙ୍କ ତରଫରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ଅପରାହ୍ନ ୫ ଘଟିକା ରେ ପାଳନ କରାଯାଇଛି ।ଉପଖଣ୍ଡର ବିଭିନ୍ନ ଅଞ୍ଚଳରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ ।ଵର୍ଷିୟାନ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ଅନଶନ ମହାନ୍ତ, ମଳୟ ଦାସ,ସୁଜିତ ପଟନାୟକ, ତୁଷାରକାନ୍ତ ମହାନ୍ତ,ମେଘନାଦ ହେମ୍ବ୍ରମ, ନିରଜ ସାହୁ, ପ୍ରଦୀପ ମହାନ୍ତଛୋଟରାୟ, ଶ୍ଯାମଳେନ୍ଦୁ ପରିଡ଼ା, ଉତ୍ତମ ରାମଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସାମ୍ବାଦିକମାନେ ବକ୍ତବ୍ୟରେ କହିଥିଲେ । ପୂର୍ବ ବିଜେଡି ସରକାର ୨୪ ବର୍ଷ ଏବଂ ବର୍ତମାନର ୨ ଵର୍ଷର ବିଜେପି ସରକାର ସାମ୍ବାଦିକଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି , କିନ୍ତୁ କିଛି କରୁ ନାହାନ୍ତି ।ସରକାର କହିଥିଲେ ସାମ୍ବାଦିକଙ୍କ ସୁରକ୍ଷା, ପେନସନ୍, ସ୍ଵିକୃତି ଖୁବ ଶିଘ୍ର ଦିଆଯିବ ।କିନ୍ତୁ ସବୁକଥା ପାଣିରେ ଗାର‌ ହୋଇଛି ।ତେଣୁ ବାଧ୍ୟ ହୋଇ ସାମ୍ବାଦିକମାନେ ଆଜି କଳାଵ୍ଯାଚ୍ ପିନ୍ଧି ସରକାରଙ୍କ ନଜରକୁ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ।ଭାରତର ବିଭିନ୍ନ ରାଜ୍ୟ ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଛତିଶଗଡ଼, ବିହାର ଭଳି ୧୭ ରାଜ୍ୟ ସମ୍ଵାଦିକଙ୍କ ସାମାଜିକ ସୁରକ୍ଷାକୁ , କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା, ପେନସନ୍ ଲାଗୁ କରିଛନ୍ତି।କିନ୍ତୁ ରାଜ୍ୟ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି ।ତେଣୁ ସରକାର ସମ୍ବାଦିକଙ଼କ ୩ ଦଫା ଦାବି ତଥା ପେନସନ୍, ସୁରକ୍ଷା ଓ ସୁରକ୍ଷାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରିଥିଲେ ।ତଦସହ ସମସ୍ତ ସାମ୍ବାଦିକ ଏକଜୁଟ ହୋଇ ନିଜର ହକ୍ ପାଇଁ ଲଢେଇ କରିବା ଉଚିତ ବୋଲି କହିଥିଲେ ।ଆବାହକ ସାମ୍ବାଦିକ ଅକ୍ଷୟ ବିଶ୍ବାଳ ସମସ୍ତ ସାଥୀ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

Sunil Chandra Nayak

Leave a Comment

error: Content is protected !!