ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସର ବୈଠକ

ଆମ ପୁଲିସର ବୈଠକ

ରାଉରକେଲା: ସେକ୍ଟର ୧୯ ଥାନା ର ଆମ ପୁଲିସ ଓ ସାମାଜିକ ଅନୁଷ୍ଠାନ ସାହା ଭରସା ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ସଭା ସେକ୍ଟର ୧୯ ନେହେରୁ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଆମ ପୁଲିସର ବରିଷ୍ଠ ସଦସ୍ୟ ଡ ସୁମନ ଦତ୍ତ ଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସଦସ୍ୟ ନିହାର ଦାସ ସ୍ବାଗତ ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ଜୋନାଲ ଡିଏସପି ମନୋରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଓ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ସମ୍ମାନିତ ଅତିଥି ଓ ସ୍ବତନ୍ତ୍ର ଅତିଥି ଭାବେ ଗୁରୁଜୀ ପ୍ରଣବ ଚୈତନ୍ୟ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଲେ ଯେ ପୁଲିସ ହେଉଛି ଆପଣଙ୍କ ବନ୍ଧୁ। ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧରେ ଲଗାମ ଲାଗିପାରିବ। ସେହିପରି ସାଇବର କ୍ରାଇମ, ଡିଜିଟାଲ ଆରେଷ୍ଟ, ଅଜଣା ଲିଙ୍କ୍ କୁ ନଛୁଇଁବା,ଓଟିପି କିମ୍ବା ପାସୱର୍ଡ କାହାକୁ ନଦେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ପାରିବାରିକ ହିଂସା, ଟ୍ରାଫିକ ନିୟମ ପାଳନ, ଅଜଣା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ତଥା ବିଭିନ୍ନ ଆଇନ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉପସ୍ଥିତ ସର୍ବଶ୍ରୀ ସଂଗ୍ରାମ ମହାନ୍ତି,ରଶ୍ମିରେଖା ଦାସ, ଅର୍ଚ୍ଚନା ସେଠୀ, ବିଜୟିନୀ ମହାନ୍ତି,ଶିବ ସୁନା ପ୍ରମୁଖ ଆଇନ ଓ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସନ୍ଧ୍ୟା ବେଳେ ଓ ନିଛାଟିଆ ସ୍ଥାନରେ ପେଟ୍ରୋଲିଂ କୁ କଡାକଡି କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ।ପ୍ରାରମ୍ଭରେ ଡ ଦତ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆମ ପୁଲିସର ଲକ୍ଷ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଅନ୍ୟତମ ବରିଷ୍ଠ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୫ଟି ସଚିବଙ୍କ କୋକସରା ବ୍ଲକ ଗସ୍ତ, ବୁଢ଼ାରଜା ମନ୍ଦିର ଓ ଡୋକରୀଚଞ୍ଚରା ପରିଦର୍ଶନ

ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ କିଶୋରୀ ସଶକ୍ତିକରଣ ଓ ବାଲ୍ୟ ବିବାହ ସମ୍ପୂର୍ଣ ଶେଷ କରିବା ପାଇଁ ଜିଲ୍ଲାସ୍ତରୀୟ କାର୍ଯ୍ୟ ଖସଡ଼ାର ଉନ୍ମୋଚନ

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!