ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

ରାଉରକେଲା: ଜନନାଟ୍ୟ ମଞ୍ଚ ମାନବସେବା ପ୍ରତିଷ୍ଠାନ ର ସମସ୍ତ ଛାତ୍ରଛାତ୍ରୀ ଓ ଅନ୍ତେବାସୀ ଙ୍କୁ ନେଇ ଜଗଦା ଠାରେ ବିଶ୍ଵ ନାଟ୍ୟ ଦିବସ ଆଶ୍ରମ ପରିସରରେ ପାଳିତ ହୋଇ ଯାଇଛି। ମାନବସେବା ପ୍ରତିଷ୍ଠାନ ର ସମାଜସେବୀ ହେମନ୍ତା ତାଣ୍ଡିଆ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଡ ଶଶିକାନ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥି, ଜନନାଟ୍ୟ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଶ୍ବ ନାଟ୍ୟ ଦିବସ ପାଳନ ସମ୍ପର୍କରେ ଆଲୋଚନା କରି କହିଲେ ଆଜି ହେଉଛି ବିଶ୍ବ ନାଟ୍ୟ ଦିବସ। ଓଡ଼ିଶାରେ ଆଦିନାଟ୍ୟକାର ଜଗମୋହନ ଲାଲା ଯେଉଁ “ବାବାଜୀ” ନାଟକ ରଚନା କରି ସମାଜରେ ଅନ୍ଧବିଶ୍ୱାସ କୁସଂସ୍କାର ବିରୁଦ୍ଧରେ ମଞ୍ଚ ନାଟକ ମାଧ୍ୟମରେ ଯେଉଁ ବାର୍ତ୍ତା ପ୍ରଚାର କରିଥିଲେ, ଆଜି ମଧ୍ୟ ତା’ର ପ୍ରାସଙ୍ଗିକତା ଅଛି। ଏହା ସହ ସେ ନାଟକରେ ଥିବା ବିଭିନ୍ନ ସମସ୍ୟା ଓ ନାଟକ କିପରି ଲୋକାଭିମୁଖୀ ହୋଇପାରିବ,ସେ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ପକ୍ଷରେ ସମସ୍ତ ଚେଷ୍ଟା ସତ୍ତ୍ବେ ଓଡ଼ିଆ ନାଟକର କଳା ମୂଲ୍ୟ ଏ ପର୍ଯ୍ୟନ୍ତ ଯଥାଯଥ ସ୍ବୀକୃତି ମଧ୍ୟ ପାଇନାହିଁ। ନାଟ୍ୟକାର ଅଭିନେତା, ରଙ୍ଗମଞ୍ଚ ଓ ଦର୍ଶକ ଏହି ଚାରୋଟି ମଧ୍ୟରେ ଉପଯୁକ୍ତ ସହାବସ୍ଥାନ ର ଅଭାବ ହେତୁ ଓଡ଼ିଆ ନାଟକ ର ବିକାଶ ହୋଇପାରୁ ନାହିଁ ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଡଃ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ଆଜିର ମଞ୍ଚ ନାଟକ ସମୟ ସହିତ ତାଳ ଦେଇ ଓଡ଼ିଆ ନାଟକ ଆପଣାର ସ୍ବର ପରିବର୍ତ୍ତନ କରିଛି। କେତେବେଳେ ମନୋରଞ୍ଜନ ଧର୍ମୀ କେତେବେଳେ ସାହିତ୍ୟ ଧର୍ମକୁ ଆପଣାର କରିବାକୁ ଚେଷ୍ଟା କରିଛି। ବୃହତ୍ତର ଜନଗୋଷ୍ଠିକୁ ମଞ୍ଚ ଆଡ଼କୁ ଆକର୍ଷିତ କରିବା ପାଇଁ ସାମାଜିକ ଚେତନା ତଥା ପୁରୁଣା ଯାତ୍ରା ଶୈଳୀ କୁ ହତାଦର କରିନାହିଁ ତଥାପି ପୂର୍ବରୁ ପ୍ରଚଳିତ ଲୋକନାଟ୍ୟ ଭଳି ଲୋକପ୍ରିୟ ହୋଇପାରି ନାହିଁ। ଆଜିର ଦିବସ ବିଶ୍ଵ ନାଟ୍ୟ ଦିବସ ର ବାର୍ତ୍ତା ରଙ୍ଗମଞ୍ଚ ଓ ଶାନ୍ତି ର ସଂସ୍କୃତି କୁ ମଞ୍ଚ ମାଧ୍ୟମରେ ପ୍ରଚାର କରିବା ଆବଶ୍ୟକ ବୋଲି କହିଥିଲେ। ସଭାପତି ସମାଜସେବୀ ହେମନ୍ତା ତାଣ୍ଡିଆ ତାଙ୍କ ସଭାପତିତ୍ବ ଅଭିଭାଷଣ ରେ କହିଲେ ଯେ ଏ ପୃଥିବୀ ହେଉଛି ଗୋଟିଏ ରଙ୍ଗମଞ୍ଚ। ଏଠାରେ ଆମେ ସମସ୍ତେ ହେଉଛୁ ଗୋଟିଏ ଗୋଟିଏ କଳାକାର। ସମସ୍ତେ ଭଲ ଅଭିନୟ କରି ଏ ସମାଜକୁ ଶୋଷଣ ମୁକ୍ତ ସମାଜ ଗଠନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆଜିର ଦିବସରେ ସେ ଆହ୍ବାନ ଦେବା ସହିତ ଜନନାଟ୍ୟ ମଞ୍ଚ ଅନ୍ଧବିଶ୍ୱାସ କୁସଂସ୍କାର ବିରୁଦ୍ଧରେ ତା’ର ଯାତ୍ରା ଅବ୍ୟାହତ ରଖୁ ବୋଲି ସେ କହିଥିଲେ। ଶେଷରେ ଆଦିତ୍ୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ସଠିକ ଉତ୍ତର ଦେଇଥିବା ଛାତ୍ରୀ ଗୁଡ୍ଡି ନାଏକ, ନନ୍ଦିନୀ ସାହୁ, ଶ୍ରଦ୍ଧା ଦାସ, ବିନ୍ଦିଆ ବାରିକ, ନନ୍ଦିନୀ ନାଏକ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନବସେବା ପ୍ରତିଷ୍ଠାନ ର ଆଦିତ୍ୟ ନାଏକ, ମନୋଜ ନାଏକ, ମାୟା ହାଁସଦା, ସରସ୍ଵତୀ ପାତ୍ର, ବିଶାଲ ସିଂ, ରାଦେଈ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆର୍ ଜି ଏଚ୍ କୁ ରାଜଧାନୀ ହସ୍ପିଟାଲର ମାନ୍ୟତା ସହିତ ବିବିଧ ସମସ୍ୟାର ସମାଧାନ ପାଇଁ ବିଜେପିର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

masiha

ଲୁବେନଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

masiha

୭୭ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମହାନ ଯୋଦ୍ଧା ମାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!