ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କୁ କ୍ଷତିପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

ଚାଷୀଙ୍କୁ କ୍ଷତିପୂରଣ ଦାବୀରେ ଜିଲ୍ଲାପାଳଙ୍କୁ ଦାବିପତ୍ର 

   ବାଲେଶ୍ଵର, ୨୮/୩/୨୦୨୪ – ଚ଼ଳିତ ମାସ ମାର୍ଚ୍ଚ ୧୯ ଓ ୨୦ ତାରିଖରେ ଅଦିନିଆ ବର୍ଷାରେ ଜଳେଶ୍ଵର ବ୍ଲକରେ ହଜାର ହଜାର ଏକର ଧାନ ଓ ଅଣଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ବିଶେଷକରି ଗୋବରଘଟା, ଲକ୍ଷ୍ମଣନାଥ, ଓଲମରା, ମାକଡିଆ, କେ.ଏମ.ସାହି, ବାଇଗଣ ବାଡିଆ, ପଶ୍ଚିମବାଡ, ଗଡସାହି ବାଲିଆପାଳ, ମହମଦନଗର ପାଟଣା, ଆର.ଆର. ପୁର, କୋଟସାହି, ସୁଗୋଆଦି ପଞ୍ଚାୟତ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଧାନ ସହ ତରଭୁଜ, ଚିନାବାଦାମ, ମୁଗ, ବିରି, ପନିପରିବା ପାଣି ଭିତରେ ପଚି ନଷ୍ଟ ହୋଇଯାଇଛି । ଚାଷୀମାନେ ବିଭିନ୍ନ ସୂତ୍ରରୁ ଋଣ ଆଣି ଭାଗ ଚାଷ କରି ଚାଷ କରିଥିଲେ । ସମସ୍ତ ଫସଲ ନଷ୍ଟ ହେବା ଫଳରେ ଚାଷୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । କ୍ଷତିପୂରଣ ନ ପାଇଲେ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟହେବେ । ଏଣୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ, ଋଣଛାଡ଼ ଏବଂ ମାଗଣାରେ ବିହନ, ସାର, ଔଷଧ ଆଦି ଯୋଗାଇଦେବା ପାଇଁ ଅଖିଳ ଭାରତ କୃଷକ ସଭା ଜଳେଶ୍ୱର ବ୍ଲକ କମିଟି ପକ୍ଷରୁ ଦିଲ୍ଲିପ କୁମାର ଗିରି, ରବିନ୍ଦ୍ର ବାରିକ, ଜୀବନ ପରିଡା, ପଲଟୁ ଦାସ, ନରେନ୍ଦ୍ର ସିଂ, ଅନନ୍ତ କୁମାର ଘୋଷ, ପ୍ରବୀର ଗିରି, ରୁହ୍ୟାଟୁଡ଼ୁ, ସବିତା ଭୂୟାଁ ପ୍ରମୁଖ ବାଲେଶ୍ଵର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ନିଆଯିବ ବୋଲି ନେତୃତ୍ଵ ମାନେ ଚେତାବନୀ ଦେଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା — ଚାରି ଗୁରୁତର

Sunil Chandra Nayak

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବୀ 

Sunil Chandra Nayak

ଶିଶୁ ମହୋତ୍ସବ ସୁରଭି -୨୦୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!