ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ 

ନବରଙ୍ଗପୁର 🙁 ୮/୧)(ରବି ନାରାୟଣମହାନ୍ତି)- ଆଜି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ପଞ୍ଚାୟତ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ସୀତାଂଶୁ ଶେଖର ବେହେରା ଙ୍କ ତତ୍ୱାବଧାନ ରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲା ମୁଖ୍ୟାଳୟ ନବରଙ୍ଗପୁର ଏବଂ ଉମରକୋଟ କୁ ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡ଼କ ସୁରକ୍ଷା ଉପରେ ଗାଡି ଚାଳକଙ୍କୁ ସଚେତନ କରାଇଥିଲେ | ଏହି ସମୟରେ ଛାତ୍ର ଛାତ୍ରୀ ମାନେ ” ସଡ଼କ ସୁରକ୍ଷା ପରିବାର ରକ୍ଷା ” ସ୍ଲୋଗାନ ଦେଇ ଯିବା ଆସିବା ଗାଡି ଚାଳକ ଙ୍କୁ ସଚେତନ କରାଉଥିଲେ | ଯେଉଁ ଚାଳକ ହେଲମେଟ ଏବଂ ସିଟ ବେଲ୍ଟ ପିନ୍ଧିଥିଲେ ସେମାନଂକୁ ଫୁଲ ଦେଇ ଧନ୍ୟବାଦ ଦେଉଥିବା ସହ ଯେଉଁ ଚାଳକ ମାନେ ସିଟ ବେଲ୍ଟ ଏବଂ ହେଲମେଟ ନପିନ୍ଧି ଗାଡି ଚଳାଉଥିଲେ ସେମାନଂକୁ ଚକଲେଟ ଦେଇ ସିଟ ବେଲ୍ଟ ଏବଂ ହେଲମେଟ ପିନ୍ଧିବାକୁ କହିଥିଲେ | ଏହି ସଚେତନ କାର୍ଯ୍ୟକ୍ରମ ରେ ଯାଉଲ ହୁସେନ , ନୌଶିଲ ଇକରାମ, ସ୍ୱୟଂ ପ୍ରଭା ନନ୍ଦ , ସୁଧୀର କୁମାର ଦାସ , ଚନ୍ଦ୍ର ଶେଖର ଉପାଧ୍ୟାୟ, ପ୍ରହଲ୍ଲାଦ ବେହେରା , ସବୀର ହୁସେନ , ଲଷ୍ମୀ ଧର ହରିଜନ ପ୍ରମୁଖ ଉପସ୍ଥିତ ରହି ତଦାରଖ କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଟ୍ବେଲ ପକ୍ଷରୁ ରାଉରକେଲାର ମାନସୀ ଦାସମହାପାତ୍ରଙ୍କୁ ଭାରତ ଆଇକନିକ୍ ପୁରସ୍କାର ୨୦୨୬

ରାଜ୍ୟ ମୁକ୍ତ ବିଦ୍ୟାଳୟ ଅନୁଷ୍ଠାନ ଦ୍ୱାରା ଦଶମ ବୋର୍ଡ ପରୀକ୍ଷା ଆରମ୍ଭ

masiha

ଗୋ ପାଳନ ମାଧ୍ୟମରେ ଗ୍ରାମୀଣ ଜୀବିକାରେ ନୂଆ ଆଶା ଓସିପିଏଲ୍ ଓ ସେବକଙ୍କ ସଂଯୁକ୍ତ ପଦକ୍ଷେପରେ ହେମଗିରର ସରବାହାଲ ଗ୍ରାମରେ “ଗୋ ପାଳନ ପ୍ରକଳ୍ପ” ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!