ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମୁଣ୍ଡୋମହୁଲ ରେ ଗଣ୍ଡ ସମାଜ ର ଆରାଧ୍ୟା ଦେବତା ଶ୍ରୀ ବଡଦେଓ ଙ୍କ ପୌଷ ଯାତ୍ରା ପାଳିତ

ମୁଣ୍ଡୋମହୁଲ ରେ ଗଣ୍ଡ ସମାଜ ର ଆରାଧ୍ୟା ଦେବତା ଶ୍ରୀ ବଡଦେଓ ଙ୍କ ପୌଷ ଯାତ୍ରା ପାଳିତ

ପାଟଣାଗଡ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ମୁଣ୍ଡୋମହୁଲ ଗାଁରେ ଷଡବଂଶିୟ ଗଣ୍ଡ ସମାଜ ପକ୍ଷରୁ ପୌଷ ମାସ ଶୁଳ୍କ ପକ୍ଷ ରେ ଆରାଧ୍ୟ ଦେବତା ଶ୍ରୀ ବଡଦେଓ ଙ୍କ ପାରମ୍ପରିକ ରିତୀନିତି ରେ ଯାତ୍ରା ଆନନ୍ଦ ଉଲ୍ଲାସର ରେ ଅନୁଷ୍ଠିତ ହୋଇଯାଇଛି। ଖଳା ପୂଜା ରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ବୁଧବାର ବରୁଆ ଦେହରେ ଶ୍ରୀବଡଦେଓ ଆର୍ଵିଭାବ ହୋଇ ବରୁଆ ପାରମ୍ପାରିକ ବାଦ୍ୟ ର ତାଳେତାଳେ ଗାଁ ପରିକ୍ରମା କରି ଭକ୍ତମାନଙ୍କ ଦୁଃଖ ଲାଘବ କରିଥାନ୍ତି। ପୂର୍ବ ପ୍ରଚଳିତ ପରମ୍ପରା ଅନୁସାରେ ବୈଷ୍ଣବୀୟ ସଂସ୍କୃତି ସହିତ ଓତଃପ୍ରୋତଭାବେ ଜଡ଼ିତ ରହିଥିବା ବେଳେ ମୁଣ୍ଡୋମହୁଲ ରେ ବଡଦେଓ ଙ୍କ ଯାତ୍ରା ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ପ୍ରକୃତିର ଉପାସକ ଗଣ୍ଡ ସଂପ୍ରଦାୟର ଅଧିବାସୀ ଅଗ୍ନି, ବାୟୁ,ଜଳ,ଆକାଶ ତଥା ବୃକ୍ଷ ଲତା କୁ ପୂଜାର୍ଚ୍ଚନା କରିଥିବା ବେଳେ ତାଙ୍କ ଆସ୍ଥା ଓ ବିଶ୍ଵାସ ଥାଏ ଯେ ପ୍ରକୃତ ଦେବତା ପଥର ରେ ନୁହେଁ ବଂର ପ୍ରକୃତ କୋଳରେ ମିଳିଥାଏ ବୋଲି ଗଣ୍ଡ ସମାଜ ପକ୍ଷରୁ କୁହାଯାଇଛି। ସମଗ୍ର ରାଜ୍ୟରେ ତଥା ଦେଶ ଗଣ୍ଡ ସମାଜ ର ଆରାଧ୍ୟା ଦେବତା ବଡଦେଓ ଙ୍କ ଯାତ୍ରା ପ୍ରତ୍ୟେକ ବର୍ଷ ର ପୌଷମାସ ରେ ବିଭିନ୍ନ ଦିଆ ଭାଗ ଅନୁଯାୟୀ ଖଳା ଗୁଡ଼ିକରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଥାଏ। ଏଥିରେ ପରଗୁନିଆ ଶତୃଘ୍ନ ବିଶି, ସଭାପତି ଗୋବିନ୍ଦ ଭୂଏ, ସଂପାଦକ ମିତ୍ରଭାନୁ ଧରୁଆ, ଯୋଗାଯୋଗ ମକରଧ୍ବଜ ଧରୁଆ, ମୁଣ୍ଡୋମହୁଲ ଭଗବାନ ଧରୁଆ,ପିପଲଡାବର କୁମର ଭୂଏ, ଯଶୋବନ୍ତ ଭୂଏ,ଚୁଡାପାଲି ରଞ୍ଜିତ ଭୂଏ,ଗୁଦୁରାମୁଣ୍ଡା ତପି ଭୂଏ,ଡୁମେରପିଟା ସ୍ବର୍ଣ୍ଣ ଭୂଏ,ସାତଚୁଆ ଲମ୍ବୋଦର ଭୂଏ,କେନ୍ଦୁମୁଣ୍ଡି ଚେରୁ ଭୂଏ,ପିଲାତିମହୁଲ ମୋତିଲାଲ ଭୂଏ ଙ୍କ ସହ ବିଭିନ୍ନ ଅଂଚଳରୁ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ। କାଲି ଶ୍ୟାମ ଧରୁଆ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

 

Related posts

ବିଶ୍ବଶାନ୍ତି ଯଜ୍ଞ ଓ ଅଷ୍ଟପହରୀ ନାମଯଜ୍ଞ

Sunil Chandra Nayak

ବିଶ୍ୱ ଶାନ୍ତି ଅଲେଖ ମହିମା ଯଜ୍ଞ ଅନୁଷ୍ଠିତ 

Sunil Chandra Nayak

ମନ୍ଦିର ପ୍ରାଙ୍ଗଣରେ ବୈଦିକ କର୍ମକାଣ୍ଡ ସମ୍ପର୍କୀତ ଆଲୋଚନା

masiha

Leave a Comment

error: Content is protected !!