ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତି ପାଳିତ

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତି ପାଳିତ

ରାୟଗଡା/୨୨/୧୧/୨୪: ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନନାୟକ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତୀକୁ ରାୟଗଡା ଜିଲ୍ଳା ପ୍ରଶାସନ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସୈାଜନ୍ୟତାରେ ରାୟଗଡା ସହରର ସ୍ଥାନୀୟ ଶାସ୍ତ୍ରୀ ନଗର ଛକ ଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ନିକଟରେ ଜିଲ୍ଳାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଜିଲ୍ଲାପରିଷଦ, ରାୟଗଡ ସୁଶ୍ରୀ ସରସ୍ବତୀ ମାଝୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଂଜଳି ଞାପନ କରିଥିଲେ । ମାନ୍ୟବର ରାୟଗଡ ବିଧାୟକ ଆପଲସ୍ୱାମୀ କାଦ୍ରlକl ଯୋଗଦାନ କରି ଲକ୍ଷ୍ମଣ ନାୟକ ଯୁବକ ସଂଘ ଦ୍ୱାରା ଅନୁଷ୍ଠିତ ମିନି ମାରାଥନକୁ ଶୁଭରମ୍ବ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ନିହାର ରଞ୍ଜନ କହଁର, ପ୍ରକଳ୍ପ ନିର୍ଦେଶକ, ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ,ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ବାମଳୀ କାନ୍ତl ରାଓ, ଅତିରକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଭଜନ ଲାଲ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ସୁଦୀପ୍ତ ଦାଶ,ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା, ମୁଖ୍ୟ ବକ୍ତା ଭlବରେ ବରିଷ୍ଠ ନାଗରିକ ତଥା ପୂର୍ବତନ ଯୁଗ୍ମ ନିର୍ଦେଶକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଯୋଗଦାନ କରି ସ୍ମୃତିଚାରଣ କରିଥିଲେ l ବରିଷ୍ଠ ନାଗରିକ ତଥା ଆଇନଜୀବୀ, ସୁନୀଲ କୁମାର କର,ଓରମାସ ଡେପୁଟି ସିଓ, ମନୋଜ ପାତ୍ର, ପିଏମ ଫାଇନାନ୍ସ, ରଶ୍ମୀକାନ୍ତ ପରିଡ଼ା, ପ୍ରଭାତ ଲେଙ୍କା, ଅଜାତ ଶତ୍ରୁ ରାଉତ, ଡ଼ମସମାଜ, ବାମସେଫ ଆଦିର କର୍ମକର୍ତା,ସହିଦ ଲକ୍ଷ୍ମଣ ନାୟକ ଯୁବକ ସଂଘର ଦୋରା କଣ୍ଡାଗରି ଓ ନ୍ୟାନ୍ୟ ଯୁବକ ଯୁବତୀ ସମେତ ଶାସ୍ତ୍ରୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆରଏସଇଡବ୍ଳ୍ୟୁସି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀ ବୀରପୁତ୍ର ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଞାପନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଉପନିର୍ଦ୍ଧେଶକ ତଥା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ଜୟନ୍ତି ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ସେହିପରି ସହିଦ ଲକ୍ଷ୍ମଣ ନାୟକ ଯୁବକ ସଙ୍ଘ ପକ୍ଷରୁ ମଧ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳନ କରାଯାଇ ଶହୀଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ 

Sunil Chandra Nayak

କଟକ ସଦର କିଶୋରନଗର ଅଂଚଳରେ ଦେବାର କଳା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!