ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳାମାନଙ୍କ ଦ୍ଵାରା ରାଜନଗରରେ ଘରେଘରେ ସୁଭଦ୍ରା ସଚେତନତା ରାଲି ଅନୁଷ୍ଠିତ

ମହିଳାମାନଙ୍କ ଦ୍ଵାରା ରାଜନଗରରେ ଘରେଘରେ ସୁଭଦ୍ରା ସଚେତନତା ରାଲି ଅନୁଷ୍ଠିତ

ରାଜନଗର-15.9.024 ମହିଳାମାନଙ୍କ ସଶକ୍ତିକରଣ ପାଇଁ ଆମର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନା ମାଧ୍ୟମରେ ଯୁଗାନ୍ତ କାରୀ ପଦକ୍ଷେପ ଗ୍ରହଣ କରିଛନ୍ତି।ଏଥିରେ 21ବର୍ଷରୁ ଉର୍ଦ୍ଧ୍ବ ପ୍ରତ୍ବ୍ୟେକ ମହିଳା ବର୍ଷକୁ 10 ହଜାର ଲେଖା ପାଞ୍ଚ ବର୍ଷରେ 50ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।ଏହି ଟଙ୍କା ସିଧା ମହିଳାମାନଙ୍କ ଆକାଉଣ୍ଟକୁ ପଠା ଯିବାକୁ ମଙ୍ଗଳବାର ଦିନ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଉଦ୍ଘାଟନ କରି ଟଙ୍କା ପଠାଯିବାର ବ୍ୟବସ୍ତା ହୋଇଛି।ସେଥିପାଇଁ ପୂର୍ବ ସରକାର ସମୟରେ ଯେମିତି ବିଭିନ୍ନ ଯୋଜନାର ଅର୍ଥ ବାଟମାରଣା ହେଉଥିଲା,ବିଜେପି ସରକାରରେ ସେପରି ବାଟମାରଣ ନହେଵା ପାଈଁ ହିତାଧିକାରୀଙ୍କ ଆକାଉଣ୍ଟୁ ଠିକ ଅଛିକି ନାହିଁ,ତାହା ଜାଣିବା ପାଇଁ ସେମାନଙ୍କ ଆକାଉଣ୍ଟକୁ ଆଜି ପରୀକ୍ଷା ସ୍ବରୁପ ୧ ଟଙ୍କା ଲେଖା ଛଡା ଯାଈଛି।ଏହି ସ୍ବଛତା ଯୋଜନାର ସଠିକ ରୂପାୟନ ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାରେ ମିଶନଶକ୍ତି ବ୍ଲକ କୋଅଡିନେଟର ସାଗରିକା ମଲ୍ଲୀକଙ୍କ ନେତୃତ୍ବରେ ଆଜି ଶତାଧିକ ମହିଳା ଘରେଘରେ ସୁଭଦ୍ରା ନାରାବାଜୀ ଦେଇ ରାଲିରେ ବାହାରିଥିଲେ।ଏହି ରାଲିକୁ ବିଡିଓ ଶ୍ରୀନିଶାନ ମିଶ୍ର ଉଦ୍ଘାଟନ କରିଥିବା ଵେଳେ ତହସିଲଦାର ଅଜୟ କୁମାର ମହାନ୍ତି ଓ ଆଇଆଇସି ଶ୍ରୀ ଅଜୟ କୁମାର ଜେନା ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ରଜକ ସେବା ସଙ୍ଘ ର ବାର୍ଷିକ ସମ୍ମିଳନୀ 

Sunil Chandra Nayak

ଚର୍ଚ୍ଚାରେ ଯୁବ ମିଡ଼ିଆ ପ୍ଲାନର ଭରତ ପ୍ରଧାନ

ଜିଏସଏଚଇଆର ଆଣିଛି ସ୍ବୟଂ ସେବା କେନ୍ଦ୍ର 

masiha

Leave a Comment

error: Content is protected !!