ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ସୁଭଦ୍ରା ପଦ ଯାତ୍ରା ଅବସରରେ “ଘରେ ଘରେ ସୁଭଦ୍ରା” ର କାର୍ଯ୍ୟକ୍ରମ 

ନବରଙ୍ଗପୁର ଠାରେ ସୁଭଦ୍ରା ପଦ ଯାତ୍ରା ଅବସରରେ “ଘରେ ଘରେ ସୁଭଦ୍ରା” ର କାର୍ଯ୍ୟକ୍ରମ 

ନବରଙ୍ଗପୁର:(୧୫/୯/୨୦୨୪) (ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସରକାରଙ୍କର ସୁଭଦ୍ରା ଯୋଜନାର ବ୍ୟାପକ ସଚେତନତା ପାଇଁ ଆଜି ଜିଲ୍ଲାସ୍ତରୀୟ ଘରେ ଘରେ ସୁଭଦ୍ରା ଯୋଜନାର ଶୁଭାରମ୍ବ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ ପାଞ୍ଚଶହ ରୁ ଉର୍ଦ୍ଧ ମହିଳା ହିତାଧିକାରୀ ମାନଙ୍କର ଏକ ଜନ ସଚେତନତା ଶୋଭାଯାତ୍ରା ନବରଙ୍ଗପୁର ବ୍ଲକ କାର୍ଯ୍ୟ।ଳୟ ରୁ ବାହାରି ମିଶନ ଶକ୍ତି ସଭାଗୃହ ପର୍ଯ୍ୟନ୍ତ କରାଯାଇ ଥିଲା । ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନ ପତାକା ଦେଖାଇ ଏହି ଜନ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ମହିଳା ମାନେ” ଘରେ ଘରେ ସୁଭଦ୍ରା”, “ମୋହନ ବୁଝିଲେ ମା ଭଉଣୀଙ୍କ ମନ”, “ସୁଭଦ୍ରା ଦେବ ଆପଣଙ୍କ ହାତକୁ ଧନ “ଆଦି ସ୍ଲୋଗାନ ଦେଇ ସହରପରିକ୍ରମା କରିଥିଲେ । ପରେ ସ୍ଥାନୀୟ ମିଶନ ଶକ୍ତି ସଭାଗୃହ ଠାରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ୍ନ ଅଧିକାରୀ ବିରଞ୍ଚି ନାରାୟଣ ଦରୁୱାନଙ୍କ ଅଧ୍ୟକ୍ଷତା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଶ୍ରୀଯୁକ୍ତ ଦରୱାନ ନିଜ ବକ୍ତବ୍ୟ ରେ ଜିଲ୍ଲାରେ ମୋଟ ତିନି ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନା ର ଲାଭ ପାଇବାର ଆକଳନ କରାଯାଇ ଥିବା ସ୍ଥଳେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ୍ କୋଡିଏ ହଜାର ହିତାଧିକାରୀ ଆବେଦନ କରିଛନ୍ତି ବୋଲି ସୂଚନା ଦେବା ସହିତ ଜଣେ ହିତାଧିକାରୀ ଯେପରି ତାଙ୍କର ପ୍ରାପ୍ୟ ରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଅଗ୍ରାଧିକାର ଭିତିରେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ସହିତ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ମାନେ ନିଷ୍ଠାପର ଭାରେ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦି କହଁର ସଭାର ଉଦେଶ୍ୟ ଜ୍ଞାମ୍ପନ କରି ସୂଚନା ଦେଇଥିଲେ ଯେ ଜିଲ୍ଲାରେ ଅନୁରୂପ ଭାବରେ ସମସ୍ତ ବ୍ଲକ କାର୍ଯ୍ୟ।ଳୟ ରେ ଜନ ସଚେତନତା ଶୋଭାଯାତ୍ରା ଓ ସଚେତନ ବୈଠକ କରାଯାଇଛି ।ଏଥି ସହିତ ସେ ସୁଭଦ୍ରା ଯୋଜନା ର ହିତାଧିକାରୀଙ୍କ ମାନଦଣ୍ଡ ଗୁଡିକୁ ଉପସ୍ଥିତ ହିତାଧିକାରୀ ମାନଙ୍କୁ ବୁଝାଇ ଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଯୋଗ ଦେଇ ହିତାଧିକାରୀ ମାନେ ଶୁଣାକଥାରେ ଭ୍ରମରେ ନପଡି ନିକଟସ୍ଥ ଜନସେବା କେନ୍ଦ୍ର ମାଧ୍ୟମ ରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଉପଜିଲ୍ଲାପାଳ ପ୍ରକାଶ ପ୍ରକାଶ ଚନ୍ଦ୍ର ମିଶ୍ର ଡିଜିଟାଲ କାରବାର କରୁଥିବା ମହିଳାଙ୍କୁ ଅଧିକ ଆର୍ଥିକ ସହାୟତା ମିଳିବାର ସୂଚନା ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସହାୟକ ଜିଲ୍ଲାପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଯଦୁମଣି ନାୟକ , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ସସ୍ମିତା ସାମନ୍ତରାୟ , ମାଧୁରୀ ତ୍ରିପାଠୀ , ଜିଲ୍ଲା ମମତା ସଂଯୋଜକ ବିଶ୍ୱଜିତ ମହାନ୍ତି , ସିଡ଼ିପିଓ ସବିତା ରାଣୀ ବ୍ରହ୍ମା , ଭାବରଞ୍ଜନ ସିଗଧର , ସହାୟକ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ , ସୁନିତା ପାତ୍ର ,ବ୍ଲକ ସଂଯୋଜକ ମାମୁନ କୁମାର କର ଓ ସର୍ବେଶ ପଟ୍ଟନାୟକ ପ୍ରମୁଖ ମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବାବେଳେ ମିଶନ ଶକ୍ତି ସଂଯୋଜକ ହର୍ଷାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ରାଇରଙ୍ଗପୁର ଷ୍ଟାଡ଼ିୟମରେ ୭୭ ତମ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ପାଳିତ

masiha

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା ପ୍ରତିନିଧି ମଣ୍ଡଳୀ 

masiha

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!