ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ

ପଂଚାୟତ ଡ୍ରେନ ସଫା ନ ହେବାରୁ ଡ୍ରେନ ରେ ଅଳିଆ ଆବର୍ଜନା ପାଣି ରାଇଘର ବଜାର ର ମୁଖ୍ୟ ରାସ୍ତା ଉପରେ 

ରାଇଘର ୧/୪ (କିରଣ ପଟ୍ଟନାୟକ )ରାଇଘର ମୁଖ୍ୟ ରାସ୍ତା ଉପରେ ନାଳ ପାଣି ବୋହି ଚାଲିଛି ଅଳିଆ ଆବର୍ଜନା ଡ୍ରେନ ପାଣି ମୁଖ୍ୟ ବଜାର ଉପରେ ଦୁର୍ଗନ୍ଧମୟ ପରିବେଶ ରହିଥିବାରୁ ବେପାରୀ ଓ ଗ୍ରାହକ ହନ୍ତସ୍ତନ୍ତ ହେଉଥିବା ଦେଖିବାକୁ ମିଳିଛି ଏହା ସହ ସାହି ଡ୍ରେନ ର ଅବସ୍ଥା ବି ନୋ କହିବା ଭଲ,ସାହି ର ଡ୍ରେନ ସବୁ ପୋତି ହୋଇ ନାଳ ପାଣି ଜମା ହୋଇ ଦୁର୍ଗନ୍ଧ ପରିବେଶ ରହିଅଛି ଏହାର ଏକ ନମୁନା ଦେଖିବାକୁ ମିଳୁଛି କାଳୀସୁନ୍ଦରୀ ସାହି ରେ ସେହିପରି ଅନେକ ଡ୍ରେନ ରହିଅଛି ଯାହାର କି କୌଣସି ମରାମତି କି ସଫା କରାଯାଉନାହିଁ, କାଳୀସୁନ୍ଦରୀ ସାହି ରେ ଥିବା ମା ମଙ୍ଗଳା ଓ ମା କାଳୀ ଗ୍ରୁପ୍ ସରପଞ୍ଚ, ବି ଡି ଓ ଓ ଜିଲାପାଳ ଙ୍କ ଅଭିଯୋଗ ପ୍ରକଷ୍ଟ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅନେକ ଥର ସାହିରେ ଟଙ୍କା ଆଦାୟ କରି ନାଳ ସଫା କରିଥିବା ପ୍ରକାଶ କରିଛନ୍ତି l ଅନ୍ୟପଟେ ରାଇଘର ମୁଖ୍ୟ ବଜାର ର ବେପାରୀ ଡ୍ରେନ ଉପରେ ପ୍ଲେଟ୍ ପକାଇ ନାଳ ବନ୍ଦ ହୋଇଯିବାରୁ ରାସ୍ତା ଉପରେ ଦୁର୍ଗନ୍ଧମୟ ପାଣି ବହିଚାଲିଛି। ବାରମ୍ବାର ଦୋକାନ ଦେଇଥିବା ସ୍ଥାନିୟ ବ୍ୟବସାୟୀ ମାନେ ସରପଞ୍ଚ ଙ୍କୁ ଲେଖିକି ଦେବା ସ୍ୱତ୍ତେ କାହାର ନଜର ପଡୁନି ଫଳରେ ଯାତାୟାତ କରୁଥିବା ଲୋକେ ଏବଂ ସ୍ଥାନିୟ ଦୋକାନୀ ଅସୁବିଧା ର ସମୁଖୀନ ହେଉଛନ୍ତି , ସ୍ୱଚ୍ଛ ଭାରତ ର ନିର୍ମଳ ଦୃଶ୍ୟ ସାହି, ରାଇଘର ବଜାର ଓ ପଂଚାୟତ ସମିତି ର ପ୍ରବେଶ ଦ୍ୱାରରେ ରହିଥିବା ଡ୍ରେନ ରେ ଦେଖିବାକୁ ମିଳିଛି, ପଂଚାୟତ ରେ କୋଟି କୋଟି ଟଙ୍କା ଆସୁଛି ରାଇଘର ପଂଚାୟତ ରେ ସଫା ସୁତରା ପାଇଁ ପଂଚାୟତ ତରଫରୁ ସକାଳ ସନ୍ଧ୍ୟା ପଂଚାୟତ ର ଅଳିଆ ଗାଡି ଚାଲିଛି କିନ୍ତୁ ରାସ୍ତା ଉପରେ କୁଢ଼ କୁଢ଼ ମଇଳା ପଡିରହିଛି ଏଥିପ୍ରତି କାହାର ଦୃଷ୍ଟି ପଡୁନି ଯଥାଶୀଘ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଜର ଦେଇ ଏହି ମୁଖ୍ୟ ବଜାର ର ଡ୍ରେନ ସଫାକରିବାକୁ ରାଇଘର ବାସୀ ଏବଂ ବ୍ୟବସାୟୀ ମନୋଜ ପଟ୍ଟନାୟକ, ବାବୁଲି, ରାଜେଶ ମାଲି, ସାଧୁ ଦାସ, ବିପ୍ଳବ ମଣ୍ଡଳ, ନିହାର ବିଶ୍ୱାସ,ସୁଶୀଳା ଦେବତା,ଧୀରଜ, ସୁମିତ ପାଢ଼ୀ, ପ୍ରିୟାଂଶୁ ସାହୁ, ତାପସ ଚକ୍ରବର୍ତ୍ତୀ ଙ୍କ ସମେତ ସମସ୍ତ ଲୋକମାନେ ଦାବି କରିଛନ୍ତି। ଏ ନେଇ ସରପଞ୍ଚ ଶ୍ରୀ ଲମ୍ବଦର ମାଝୀ ଙ୍କୁ ପଚାରିବାରୁ ବାରମ୍ବାର ସଫା କରିବା ପାଇଁ ଚେଷ୍ଟା କଲେ ମଧ୍ୟ ଦୋକାନୀ ସହଯୋଗ କରୁନାହାନ୍ତି ଗୋଟିଏ ପଟେ ହୋଇଛି ଅନ୍ୟପଟେ ରହିଯାଇଛି, ସାହି ନାଳ ଶୀଘ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୧- ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ , ୨- ତାଳଚେର ଉପକାରାଗାରରେ ପାଳିତ ହେବ ରକ୍ଷା ବନ୍ଧନ, ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ୩- ସରସ୍ବତୀଙ୍କର ପାଞ୍ଚମାସ ହେଲା ଭତ୍ତାନାହିଁ ଅନାହାରରେ ବିତୁଛିଦିନ, ୪- ଜିରାଳ ଗାଁରେ ଜଣ୍ଡିସ ଆତଙ୍କ, ୯ ଛାତ୍ରଛାତ୍ରୀ ଆକ୍ରାନ୍ତ , ୫- କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସନ୍ଦା, ୬- ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମୃତକ ଉଜ୍ଜଳ ବରିହା ପରିବାରକୁ ଭେଟିଲା ଆଦିବାସୀ ସଂଘ-ଥାନାଧିକାରୀଙ୍କୁ ଭେଟି ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ ଜଣେଇଲା 

masiha

ଜୀବନ ଓ ରୋଗ ରୋଗ ସହ ଲଢ଼ୁଥିବା ପରିବାର କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

Sunil Chandra Nayak

Leave a Comment

error: Content is protected !!