ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ 1977 ମାଟ୍ରିକ ବ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁ ମିଳନ 

ଆସିକା,୧୫/୧/୨୫ // ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟରେ 1977 ମସିହାରେ ଦଶମ ଶ୍ରେଣୀ ରେ ଅଧ୍ୟୟନ ରତ ଛାତ୍ର ମାନ ଙ୍କ ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ନିକଟସ୍ଥ କାଠୁଳୀଆ ବା ଶାନ୍ତିଝର ପର୍ଯ୍ୟଟନ ପୀଠରେ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ର ଶରତ ଚନ୍ଦ୍ର ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପୁରାତନ ବିଦ୍ୟାର୍ଥୀ ଭଗବାନ ପରିଡ଼ା,ସୂର୍ଯ୍ୟ ନାରାୟଣ ମୁନି, ଗଣେଷ ପୁରୋହିତ, କାହ୍ନୁ ଚରଣ ମିଶ୍ର ଓ ସୂର୍ଯ୍ୟ ନାରାୟଣ ସୁଆର ନିଜ ନିଜ ପାରିବାରିକ ଜୀବନ ର ଅନୁଭୂତି ବଖାଣି ଥିଲେ। ସମାଜ ପ୍ରତି ନିଜ ନିଜର କର୍ତ୍ତବ୍ୟ ,ପରିବାର ପ୍ରତି ନିଜ ର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ଭାବରେ ସାମାଜିକ ମୂଲ୍ୟବୋଧ କୁ ଅତୁଟ ରଖି ନିରାମୟ ସମାଜ ଗଠନ ପାଇଁ ସମସ୍ତେ ଶପଥ ପାଠ କରିଥିଲେ । ଏହି ଅବସରରେ ଆସନ୍ତା ବର୍ଷ ବେଠୁଆର ଗ୍ରାମ ନିକଟ ରେ ଥିବା ମା ଘୋଡାଦେଇ ପୀଠରେ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।

ଆସିକା ରୁ ଶିବ ଶଙ୍କର ମିଶ୍ର ମସୀହା ନ୍ୟୁଜ

Related posts

ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଏକତା ପଦଯାତ୍ରା

Sunil Chandra Nayak

ସମାଜସେବୀ ରଞ୍ଜନ ସାମଲଙ୍କୁ ଶ୍ରଦ୍ଧାଂଜଳି 

masiha

ସମାଜସେବୀ ସଂଗଠନ “ଲେଟସ୍ ୱାକ୍ ଟୁଗେଦର୍” ର ବୈଠକ

masiha

Leave a Comment

error: Content is protected !!