ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହୁମାଛି ଆକ୍ରମଣରେ ୩ ଗୁରୁତର

 ଥୁଆମୂଳ ରାମପୁର:୨୩/୦୫ – (ମନିସ):- ମହୁମାଛି ଆକ୍ରମଣରେ ୩ ଗୁରୁତର, ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଜଣାପଡିଛି। ଘଟଣାଟି ହେଉଛି, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଡୁମେରପଦର ନିକଟସ୍ଥ ବିରମଲଗୁଡା ଗ୍ରାମର ସିଦ୍ଧେଶ୍ବର ନାଏକ (୬୫) ଚରଣ ସିଂ ନାଏକ (୪୦) ଗୌରୀ ନାଏକ (୨୭)ଏହି ତିନି ଜଣଙ୍କୁ ଆଜି ପ୍ରାୟ ସକାଳ ୭.୩୦ ମନିଟ୍ ସମୟରେ ମହୁମାଛି ହଠାତ୍ ଆସି ଆକ୍ରମଣ କରିଥିବା ଜଣାପଡିଛି। ଗାଁ ନିକଟରେ ଥିବା ସେମିଲି ଗଛରୁ ଆସି ଆକ୍ରମଣ କରିଥିଲେ। ଏହାଫଳରେ ତିନିଜଣ ଗୁରୁତର ହୋଇ ପଡିଥିଲେ। ଘଟଣା ଘଟିବା ପରେ ଆମ୍ବୁଲାନ୍ସ କୁ ଖବର ଦିଆଗଲା ହେଲେ ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ତାଙ୍କୁ ଏକ ଘରୋଇ ଗାଡିରେ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ସମୟରେ ବାଟରେ ଆମ୍ବୁଲାନ୍ସକୁ ଆସିବା ଦେଖି ଆମ୍ବୁଲାନ୍ସକୁ ଅଟକାଇ ସେଥିରେ ଗୁରୁତ୍ୱର ମାନଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇ ଥିବାବେଳେ ସେମାନଙ୍କୁ ଡାକ୍ତର ଚିକିତ୍ସା କରୁଥିଲେ ହେଲେ ବର୍ତ୍ତମାନ ସିଦ୍ଧେଶ୍ବର ନାଏକ (୬୫) ନାମକଙ୍କ ବ୍ଯକ୍ତିଙ୍କର ଅବସ୍ଥା ଅତି ଗୁରୁତ୍ଵର ଅବସ୍ଥା ରହିଛି ତେଣୁ ତାଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରା ଯାଇପାରେ ବୋଲି କାର୍ଯ୍ୟରତ ନର୍ସ ସୂଚନା ଦେଇଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜ୍ୟ କଳାକାର ସଙ୍ଘ ସଭାପତି ଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା,ରାଇରଙ୍ଗର ତରଫରୁ ଡାକ୍ତରଖାନା, ଥାନା,ଅଗ୍ନିଶମ ବିଭାଗର‌ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ

Sunil Chandra Nayak

ପଞ୍ଚୁଦଣ୍ଡ ପରିଚାଳନା ସମିତିର ନୂତନ କର୍ମକର୍ତ୍ତା ମନୋନୀତ

masiha

Leave a Comment

error: Content is protected !!