ଢେଙ୍କାନାଳ (ମ ସୀ ହା)୨୨/୦୫_ କଙ୍କଡ଼ାହାଡ଼ ବ୍ଲକ ବାମ୍ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥରଗଡ ଗ୍ରାମ । ଏହି ଗ୍ରାମଟି ପାହାଡ ପର୍ବତଘେରା ମଧ୍ୟରେ ରହିଥିବା ଆଦିବାସୀ ବହୁଳ ଗ୍ରାମ। ସତେ ଯେପରି ମା ପ୍ରକୃତିରାଣୀ ସୌନ୍ଦର୍ଯ୍ୟ ବେଶ ହୋଇ ସଜେଇ ରଖିଛି ଏହି ଗ୍ରାମର ପ୍ରତ୍ୟକ୍ଷ ଦେବୀ ମା ବାଘ ବାଘୁଆଣିଙ୍କ ପାଇଁ। ଏଠାରେ ଶିବ ପାର୍ବତୀ ବାଘ ଓ ବାଘୁଣୀ ରୂପରେ ପୂଜା ପାଇଥାନ୍ତି। ଗ୍ରାମ ବାସୀଙ୍କ କହିବା ଅନୁସାରେ ଏହି ମନ୍ଦିରଟି ଗଡଜାତ ରାଜୁଡ଼ି ଅମଳର। ଏଠିକାର ରାଜା କାରିଗର ଲଗାଇ ମୁଗୁନି ପଥରରେ ନିହଣ ମୁନରେ କାରୁକାର୍ଯ୍ୟଭରା ମନ୍ଦିରଟି ନିର୍ମାଣ କରିଥିଲେ। ଏବେ ଏହି ଇତିହାସର ଅଗନା ଅଗନି ବନସ୍ତ ମଧ୍ୟରେ ଥିବା ମନ୍ଦିରଟି ଭାଙ୍ଗି ମାଟିରେ ମିଶି ଯାଇଛି ।ଭୂମିରେ ପଡ଼ି ରହିଛି ଚ୍ଛିନ୍ନଭିନ୍ନ ହୋଇ ସେ ସମୟର କାରିଗରଙ୍କ ଚିତା କୁଟା ପଥର । ପ୍ରଶାସନ ଠାରୁ ଲୁଚି ରହିଥିବା ଏହି ଇତିହାସର ମନ୍ଦିରଟି ପୁନଃଉଦ୍ଧାର କରିବାକୁ ସରକାରଙ୍କୁ ଗ୍ରାମ ବାସୀ ମାନେ ନିବେଦନ କରିଛନ୍ତି l