ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ଵେଷଣ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଅନ୍ଵେଷଣ ପକ୍ଷରୁ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ରାଉରକେଲା: କମ୍ପ୍ୟୁଟର ଶିକ୍ଷାର ଉତ୍ଥାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବହୁଳ ପ୍ରଚାର ପାଇଁ ସ୍ବେଛାସେବୀ ଅନୁଷ୍ଠାନ ଅନ୍ଵେଷଣ ଓ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବାଲିଯୋଡ଼ି ସ୍ଥିତ କାର୍ଯ୍ୟାଳୟ ପରିସରରେ ବାର୍ଷିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସୁବ୍ରତ ତରାଇ ଉଦ୍ଘାଟକ ଭବେ ଯୋଗ ଦେଇ କମ୍ପୁଟର ଶିକ୍ଷାର ଉପାଦେୟତା ଓ ରାଜ୍ଯ ସଂସ୍କୃତି ଭାଷା ସାହିତ୍ୟ ତଥା କଳାର ବିକାଶ ପାଇଁ ସରକାର ସବୁବେଳେ ଯତ୍ନବାନ ବୋଲି କହିଥିଲେ। ଗଠନ ମୂଳକ କାର୍ଯ୍ୟରେ ସେ ଅନ୍ଵେଷଣ କୁ ସବୁବେଳେ ସହଯୋଗ କରିବେ ବୋଲି କହିଥିଲେ । ପ୍ରାକ୍ତନ ପ୍ରଶାସନିକ ସେବା ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭବେ ଯୋଗଦେଇ ଥିବା ବେଳେ ଡାକ୍ତର ଫକୀର ଚରଣ ହୋତା, ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ରଶ୍ମିତା ବୈଦ୍ୟ, ବିଶିଷ୍ଟ ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାମାଜିକ କର୍ମୀ ହରିହର ଶତପଥୀ, ଓ ଯୁବ ପ୍ରତିଭା ମାନୁ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନ ଦ୍ୱାରା ଆହୁତ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶୀ, ସମ୍ବଲପୁରୀ, ପାଶ୍ଚାତ୍ୟ ଓ ଆଦିବାସୀ ଲୋକନୃତ୍ୟ, ସାନ୍ତାଳୀ ନୃତ୍ୟ ସହ ସର୍ବୋପରି ଭାଷା ସାହିତ୍ୟ ସଂସ୍କୃତିର ର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସମ୍ପାଦିକା ସଚଳା ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପୁଟର ଶିକ୍ଷ୍ୟା କେନ୍ଦ୍ରର ଅଧକ୍ଷ ଭାରତୀ ବାସ୍କେ, ସାମାଜିକ କର୍ମୀ ଅନନ୍ତ ଜେନା,ମୂରଲୀଧର ଦାଶ, ବିଶ୍ଵନାଥ ପଟ୍ଟନାୟକ, ରିତା ଲେଙ୍କା, ଚାନ୍ଦମଣି ମାଝୀ, କ୍ରିଷ୍ଣା ସୋରେନ, ମାୟା ମାଝୀ, ଦୁଲ୍ଲଣ ମୁର୍ମୁ, ପ୍ରଭାତି ମୁର୍ମୁ, ଜୟନ୍ତୀ ସିଂ, ଦୂର୍ଗେଶ୍ୱରୀ ହାଁସଦା, ଇତିଶ୍ରୀ ଦାସ, ରଜେଶ୍ୱରୀ ରାଉତ, ଶୁଭାଷିସ କୁମ୍ଭାର, ଓମ୍ଦେବ ଲୋହର, ରାହୁଲ ନାୟକ ଓ ଦୁର୍ଗା ବାରିକ ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ପରିଚାଳନା ରେ ସବୁପ୍ରକାର ସାହାଯ୍ୟ ସହଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ୧୩ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ୩୯ ଜଣଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥଲେ। ଓଡ଼ିଶୀ ରେ ପଲ୍ଲବୀ ଓ ଗ୍ରୁପ୍ ଦ୍ୟାନ୍ସ ରେ ବାଲି ଯୋଡି ସାନ୍ତାଳି ବସ୍ତିର କଳାକାରମାନେ ପ୍ରୁରସ୍କୃତ ହୋଇଥିଲେ। ଶେଷରେ ରାଜ୍ଯ କର୍ମଚାରୀଙ୍କ ବୀମା ଯୋଜନା ଅଧିକାରୀ ଡାକ୍ତର ବିଷ୍ଣୁପ୍ରିୟା ଦେଇ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସମାଜସେବୀ, ଶିକ୍ଷାବିତ୍, ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

ନବରଙ୍ଗପୁର ଠାରେ ଓଡିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ” 

masiha

ଓଡିଆ ନବବର୍ଷ ପାଇଁ ଗରିମାର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!