ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଗାଁ ବ୍ରାହ୍ମଣ ଶାସନ ଶ୍ରୀ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ରୁଦ୍ର ମହାଯଜ୍ଞ

ଝାଡଗାଁ ବ୍ରାହ୍ମଣ ଶାସନ ଶ୍ରୀ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ରୁଦ୍ର ମହାଯଜ୍ଞ

 ମୟୂରଭଞ୍ଜ – ୪/୦୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ଝାଡଗାଁ ବ୍ରାହ୍ମଣ ଶାସନ ଶ୍ରୀ ଶ୍ରୀ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତ୍ରିଦିବସୀୟ ରୁଦ୍ର ମହାଯଜ୍ଞ ଫେବୃଆରୀ ୩/୪/୫ ତିନି ଦିନ ଧରି ଧୂମଧାମରେ ଆରମ୍ଭ ହୋଇଯାଇଛି । ପ୍ରଥମ ଶନିବାର ଦିନ ଅଧିବାସ ଓ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆଜି ଦ୍ୱିତୀୟ ରବିବାର ରେ କଳଶ ଯାତ୍ରା, ଯଜ୍ଞ ମଣ୍ଡପରେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଅନ୍ତିମ ସୋମବାର ଦିନ ଯଜ୍ଞ ର ପୂଜାକାର୍ଯ୍ୟକ୍ରମ ପୂଜା ପଣ୍ଡିତ ମାନଙ୍କ ଦ୍ବାରା ଆରମ୍ଭ ହୋଇ ପୂର୍ଣ୍ଣାହୁତି ହେବ ।ଆଜି ଗ୍ରାମ୍ଯ ପୁଷ୍କରଣୀ ତୋଠରେ କଳଶପୂଜାର୍ଚନାରେ ବହୁ ସଂଖ୍ୟାରେ ଆବାଳବୃଦ୍ଧବନିତା ଯୋଗଦେଇ କଳଶରେ ଜଳଲାଗି କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ ଆସି ମଣ୍ଡପ ପରିକ୍ରମା କରି ମଣ୍ଡପ ଭିତରେ କଳଶ ରଖିଥିଲେ ।ବେଦ ପୂଜକ ମାନେ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏହି ପୂଜା କାର୍ଯ୍ୟକ୍ରମ ପୁରୀ ର ବିଶିଷ୍ଟ ବିଦ୍ୟାନ ପଣ୍ଡିତ ସତ୍ୟ ନାରାୟଣ ତ୍ରୀପାଠୀ,ପ୍ରତାପ ଚନ୍ଦ୍ର ମିଶ୍ର ଏବଂ ଭାରତର ତଥା ଢେଙ୍କାନାଳର ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଶ୍ରୀକାନ୍ତ ନନ୍ଦ ବେଦମନ୍ତ୍ରରେ ଯଜ୍ଞ କାର୍ଯ୍ୟକ୍ରମ ତୁଲାଇଥିଲେ ।କର୍ତ୍ତା ଭାବରେ ଶ୍ରୀଵନ୍ତ ସାମନ୍ତରାୟ ଏବଂ ତାଙ୍କ ସହଧର୍ମିଣୀ କନକଲତା ସାମନ୍ତରାୟ ଦାୟିତ୍ଵ ନିଭାଉଛନ୍ତ ପରେ ସୂର୍ଯ୍ୟପୂଜା ହୋଇଥିଲା । ଯଜ୍ଞ ରକ୍ଷକ ଶ୍ରୀ ପଙ୍କଜ ରାଉତ ନିଜର ନିଜର ଖଣ୍ଡା ଧରି ପୂଜାର୍ଚ୍ଚନା କରି ଯଜ୍ଞ ମଣ୍ଡପରେ ନିଜର ଦାୟିତ୍ଵ ନିଭାଇଥିଲେ ।ଝାଡଗାଁ ବ୍ରାହ୍ମଣ ଶାସନ ପୂଜା କମିଟି ତରଫରୁ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଉଛି ।ରାତିରେ କମିଟି ତରଫରୁ ପ୍ରବଚନ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ସମଗ୍ର ଅଂଚଳ ହର‌ହର ମହାଦେବ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି । ଶଙ୍ଖ, ହୁଳହୁଳି ବେଦମନ୍ତ୍ର ରେ ଏକ ଭକ୍ତୀମୟ ପରିବେଶ ହୋଇ ଉଠିଛି । ଏହି ଧବଳେଶ୍ଵର ମନ୍ଦିର ବହୁ ପୁରାତନ ରାଜା ରାଜୁଡା ଅମଳର ବୋଲି ପୁରୁଣାକାଳିଆ ଲୋକ କହନ୍ତି ।୩ ବର୍ଷ ହେଲା ସେଠାରେ ଏକ ନବ ଭବ୍ୟ ମନ୍ଦିର ଅଂଚଳ ବାସୀଙ୍କ ସହଯୋଗରେ ନିର୍ମିତ ହୋଇଛି । ସେବେଠାରୁ ପ୍ରତିବର୍ଷ ଯଜ୍ଞ କମିଟି ଦ୍ଵାରା ଆୟୋଜନ କରାଯାଉଛି ।ଶହ ଶହ ଶ୍ରଦ୍ଧାଳୁ ଯଜ୍ଞ ରେ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା ସହ ସମସ୍ତଙ୍କ ପାଇଁ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରୁଛନ୍ତି ।ଏହି ଧବଳେଶ୍ବର ମନ୍ଦିରରେ ପୂଜାକଲେ ସମସ୍ତଙ୍କ ମାନସିକଧାରୀଙ୍କ ମନବାଞ୍ଛା ପୂରଣ ହୁଏ ବୋଲି ଆସ୍ଥା ଓ ବିଶ୍ବାସ ଅଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

Sunil Chandra Nayak

ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକଲ୍ୟରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

masiha

ତିରିଂରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ବାରା ଭାଷୀ ମାଧ୍ଯମରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଉଦଘାଟନ ସମାରୋହ 

masiha

Leave a Comment

error: Content is protected !!