ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡରେ କୁଲତା ଦିବସ ପାଳିତ

ପାଟଣାଗଡରେ କୁଲତା ଦିବସ ପାଳିତ

ଅଦ୍ୟ ତା- ୦୨|୦୪|୨୦୨୬ ରିଖ ଗୁରୁବାର ଦିନ ପାଟଣାଗଡ ବ୍ରହ୍ମପୁରା ବଳଦେବ ପାର୍କ ନିକଟରେ କୁଲତା ଯୁବସାମୁଖ୍ୟ ତରଫରୁ ଚୈତ୍ର ପୂର୍ଣିମା କୁଲତା ଦିବସ ପାଳିତ ହୋଇ ଯାଇଛି। ପାଟଣାଗଡ ସହରାଞ୍ଚଳରେ ବସବାସ କରୁଥିବା ସମସ୍ତ କୁଲତା ପରିବାରର ସଦସ୍ୟମାନେ ଯୋଗଦେଇ ସମାଜର ଇଷ୍ଟଦେବତା ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ବିରଞ୍ଚି ଭୋଇ ପୂଜାକାର୍ଯ୍ୟ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ପ୍ରେମାନନ୍ଦ ପଧନ, ଗୋପାଳ ସାହୁ, ଦିଲ୍ଲିପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପ୍ରେମାନନ୍ଦ ସାହୁ, ଭୀମସେନ ବିଶ୍ଵାଳ, ସୁଯୋଗ ପଧାନ ପ୍ରମୁଖ ସମାଜର ସମାଜର ସାମଗ୍ରିକ ବିକାଶ ପାଇଁ ଏକଜୁଟ ହୋଇ କାର୍ଯ୍ୟକରିବାକୁ ଆଲୋକପାତ କରିଥିଲେ। ବିଶିଷ୍ଟ ବୈଦ୍ଯ ତଥା ସମାଜସେବୀ ଶାନ୍ତନୁ କୁମାର ବୁଧିଆ ସାମାଜିକ କାର୍ଯ୍ୟରେ ଯୁବକମାନଂକୁ ସଂଶ୍ଲିଷ୍ଟ କରିବାକୁ ଆହ୍ବାନ ଦେଇଥିଲେ। ତେଣ୍ଡାପଦର ସରପଞ୍ଚ ଜନାର୍ଦ୍ଦନ ସାହୁ ନିଜର ବକ୍ତବ୍ୟରେ ସାମାଜିକ ସହଯୋଗ ବିଷୟରେ ଆଲୋକପାତ କରିଥିଲେ। ଭାଗ୍ୟବାନ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ। ଛାୟାକାନ୍ତ ସାହୁ, ସନ୍ତୋଷ ପଧାନ, ଶିବ ନାଏକ,ପ୍ରତାପ ସାହୁ, ବିକ୍ରମ ଭୋଇ, ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Related posts

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

masiha

ବନ୍ଧୁ ଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

ଲଙ୍ଗଳେଶ୍ବର ପ୍ରେସକ୍ଲବ ଆନୂକୁଲ୍ଯ ରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!