ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ 

ରାୟଗଡ଼ ତା୧୯/୧୧/୨୦୨୩ ରିଖ ଜି.ସି. ଡି .ପଡ଼ିଆରେ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ସ୍ଵଧା ଦେବସିଂ, ଜିଲ୍ଲାପାଳ, ରାୟଗଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଦୟାନିଧି ବାଗ ପ୍ରକଳ୍ପ ନିର୍ଦ୍ଦେଶକ,ଜଳଛାୟା, ରାୟଗଡ଼, ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଶ୍ରୀଯୁକ୍ତ ଅରୁଣ କୁମାର ବେହେରା ମତ୍ସ୍ୟ ଉପନିର୍ଦେଶକ ,କଳାହାଣ୍ଡି,ଶ୍ରୀଯୁକ୍ତ ଦୟାନିଧି ରାଉତ ଉପନିର୍ଦେଶକ ଉଦ୍ୟାନ ବିଭାଗ , ଡାକ୍ତର ଗିରିଶ କୁମାର ମହାନ୍ତି, ପ୍ରାଧ୍ୟାପକ ସେଞ୍ଚୁରିଆନ ବିଶ୍ଵ ବିଦ୍ୟାଳୟ ଗଜପତି ଯୋଗଦାନ କରିଥିଲେ ।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହାଡିବନ୍ଧୁ ଭୋଇ ତାଙ୍କର ସ୍ବାଗତ ଭାଷଣ ମାଧ୍ୟମ ରେ ଜିଲ୍ଲା ରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ର ସମସ୍ତ ଯୋଜନା ଉପରେ ଅବଗତ କରାଇଥିଲେ ।ଶ୍ରୀମତୀ ଚୂଳକନ୍ତି ତାଜନ ଜିଲ୍ଲା ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ର ୧୧ ଗୋଟି ବ୍ଲକ ରୁ ୭୦୦ ରୁ ଉର୍ଦ୍ଧ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

ଏହି ଅବସର ରେ ରାୟଗଡ ଜିଲ୍ଲାରେ +2ବିଜ୍ଞାନ ପଢୁଥିବା ୬୦୦ ଛାତ୍ର ଛାତ୍ରୀ ଙ୍କୁ ମତ୍ସ୍ୟ ଓ ପ୍ରାଣୀ ଚିକିତ୍ସା ଶିକ୍ଷା ର ନିଯୁକ୍ତି ସୁଯୋଗ ଓ ପ୍ରବେଶିକା ପରୀକ୍ଷା ଉପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା ।

ଚାଷୀ ବୈଜ୍ଞାନିକ ବାର୍ତ୍ତା ବିନିମୟ କାର୍ଯ୍ୟକ୍ରମ ରେ ଡାକ୍ତର ଗିରିଶ କୁମାର ମହାନ୍ତି, ଶ୍ରୀଯୁକ୍ତ ଅରୁଣ ବେହେରା , ଡାକ୍ତର ହାଡିବନ୍ଧୁ ଭୋଇ ଓ ଶ୍ରୀମତି ଚୂଳକାନ୍ତି ତାଜନ ଚାଷୀ ମାନଙ୍କର ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖିଥିଲେ।

ଏହି ଅବସର ରେ ସଫଳ ଜୈବପୁଞ୍ଜ ମାଧ୍ୟମ ରେ ମାଛ ଚାଷ କରୁଥିବା ଶ୍ରୀମତୀ ଗୋଟପୁ ନିମଲl ,ସଫଳ ମାଛ ଯାଆଁଳା ଉତ୍ପାଦନ କରୁଥିବା ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ,ସଫଳ କୁକୁଡ଼ା ଚାଷୀ ଶ୍ରୀ ଏମ. ଜି . ତୁଫିକ ଏବଂ ସଫଳ ବ୍ରୋଇଲର୍ କୁକୁଡ଼ା ପାଳନ ପାଇଁ ମା ଭୈରବୀ ସ୍ୱୟଂ ସହାୟକ ଦଳ ବିଷମ କଟକ ପୁରସ୍କୃତ କରାଯାଇଥିଲା।ଏଥିସହିତ କ୍ଷେତ ପୋଖରୀ ରେ ମାଛ ଚାଷ କରୁଥିବା ଶ୍ରୀଯୁକ୍ତ ଜଗନ୍ନାଥ ୱାଡ଼ିକା ,ଶ୍ରୀଯୁକ୍ତ ମୋଖିନ ୱାଡ଼ିକ ଶ୍ରୀଯୁକ୍ତ ଜଳଧର ୱାଡିକା ଶ୍ରୀଯୁକ୍ତ ମୁଗ୍ରି କୁଲେଶିକ ଙ୍କୁ ସରକାରୀ ସହାୟତା ବଣ୍ଟନ କରାଯାଇଥିଲା।ଶେଷରେ ସରକାରଙ୍କର ବିଭିନ୍ନ ଯୋଜନା କୁ ଲୋକାଭିମୁଖୀ କରିବା ପାଇଁ ୩ ଟି ଲୋକ ନୃତ୍ୟ ଦଳ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶେଷରେ ହାର ମାନିଲେ ନେତା ଓ ପ୍ରଶାସନ ୧୦ ଦିନ ପରେ ଆଶା ମାନଙ୍କ ଧାରଣା ସ୍ଥଗିତ 

Sunil Chandra Nayak

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

masiha

ବ୍ଲକ ଆଦିବାସୀ ସଂସ୍କୃତି ଭବନ ର ଭିତ୍ତି ପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!