ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

କୋକସରା,୧୯/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କୋକସରା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ବ୍ଲକ ସଭାପତି ଲିଙ୍ଗରାଜ ବେହେରାଙ୍କ ସଭାପତିତ୍ୱରେ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଉପସ୍ଥିତ କଂଗ୍ରେସର କର୍ମକର୍ତ୍ତା ମାନେ ଇନ୍ଦିରା ଗାନ୍ଧୀଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା କାମଦେବ ଧ. ମାଝୀ, ବ୍ରଜବନ୍ଧୁ ମିଶ୍ର, କୋକସରା ଯୋନ ସଭାପତି କମଳ ଲୋଚନ ନାଏକ, ଜିଲ୍ଲା ସମ୍ପାଦକ ତ୍ରିଭୁବନ ନାଏକ, ଆମପାଣି ଯୋନ ସଭାପତି ହରିଶ୍ଚନ୍ଦ୍ର ନାଏକ, ପରମେଶ୍ୱର ଶଗଡ଼ିଆ, ଚିତ୍ତ ରଞ୍ଜନ ଠାକୁର, ବ୍ଲକ ସମ୍ପାଦକ ଅଭିମନ୍ୟୁ ପଟ୍ଟନାୟକ, ନାରିନେତ୍ରୀ ଫୁଲତୋଳା ଖମାରି ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

masiha

ପୁନର୍ବାର ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

masiha

ଆବାସ ଯୋଜନା କାହାପାଇଁ ,ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ ,ବେସାହାରା ଭୁଜବଲ

masiha

Leave a Comment

error: Content is protected !!